fbpx

Posts aren’t loading right now… ବନ୍ଦ ହୋଇଗଲା ‘X’ Platform… ସାରା ବିଶ୍ୱରେ ୟୁଜରଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ନିଜ ୟୁଜରଙ୍କୁ ଧୋକା ଦେଇଛି । ଅଚାନକ ସାରା ବିଶ୍ୱରେ ଡାଉନ୍ ହୋଇଛି ଏହି ପ୍ଲାଟଫର୍ମ । ଫଳରେ ଲକ୍ଷ ଲକ୍ଷ ୟୁଜର ଏହାକୁ ବ୍ୟବହାର କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ମୋବାଇଲ କିମ୍ବା ୱେବ ପ୍ଲାଟଫର୍ମରେ ମଧ୍ୟ ଏହାର ସେବାକୁ ବଞ୍ଚିତ ହୋଇଛନ୍ତି ୟୁଜର୍ସ । ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ, ସାରା ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି ।

ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ୟୁଜର୍ସ ଅସନ୍ତୋଷ ଜାହିର କରିଛନ୍ତି । ପ୍ଲାଟଫର୍ମରେ “posts aren’t loading right now” ଭଳି କିଛି Error ମେସେଜ୍ ଆସୁଥିବା ନେଇ ୟୁଜର ଅଭିଯୋଗ ଆଣିଛନ୍ତି । ଏହାସହିତ ବାରମ୍ବାର ‘Try Again’ କରିବା ପାଇଁ ୟୁଜର୍ସଙ୍କୁ ନୋଟିଫିକେସନ୍ ଆସୁଛି । ତେବେ ଏ ସମସ୍ୟା ସମ୍ପର୍କରେ ୟୁଜର୍ସ ନିଜ ଅସନ୍ତୋଷ ଜଣାଇବା ପାଇଁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ସାହାରା ନେଇଛନ୍ତି ୟୁଜର୍ସ । ଅନ୍ୟ ପ୍ଲାଟଫର୍ମରେ ୟୁଜର ଏହାର ଅନୁପସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ।

ତେବେ ଏ ନେଇ ଏକ୍ସ ତରପରୁ କୌଣସି ଅଫିସିଆଲ ସୂଚନା ଦିଆଯାଇନାହିଁ । ଏହି ସମସ୍ୟାର ସମାଧାନ କିମ୍ବା ପ୍ଲାଟଫର୍ମରେ ସେବା ପୁନରୁଦ୍ଧାର କରିବା ପାଇଁ କୌଣସି ସମୟସୀମା ମଧ୍ୟ ପ୍ରଦାନ କରିନାହିଁ ଏକ୍ସ କମ୍ପାନୀ । ଏଲନ୍ ମସ୍କ ଏହି ପ୍ଲାଟଫର୍ମର ମାଲିକାନା ହାତକୁ ନେବା ପରେ ଲଗାତାର ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି ଏକ୍ସ । ବାରମ୍ବାର ବୈଶ୍ୱିକ ସ୍ତରରେ ଏକ୍ସ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ ।

Get real time updates directly on you device, subscribe now.