fbpx

Video Calling… ଧିରେ ଧିରେ ଦେହରୁ ସବୁ କପଡ଼ା ଖୋଲିଦେଲେ ଯୁବତୀ: ଆଉ ତା’ପରେ, ଫସିଗଲେ ବିଧାୟକଙ୍କ ପୁଅ

ନୂଆଦିଲ୍ଲୀ: ହଠାତ୍ ମୋବାଇଲକୁ ଅଜଣା ନମ୍ବରରୁ ଆସିଲା ଭିଡିଓ କଲ୍ । ଆଉ ରିସିଭ କରିବା ମାତ୍ରେ ଜଣେ ମହିଳା ଅଜବ କାରନାମା କରିଥିଲେ । କିଛି କହିବା ପୂର୍ବରୁ ମହିଳା ଜଣକ ନିଜ ସବୁ କପଡ଼ା ଖୋଲିବାକୁ ଲାଗିଥିଲେ । ଧିରେ ଧିରେ ସବୁ କପଡ଼ା ଖୋଲି ଦେଇଥିଲେ ଭିଡିଓ କଲ୍ କରିଥିବା ମହିଳା । ଏପଟେ ବିଧାୟକଙ୍କ ପୁଅ ଅସ୍ତବ୍ୟସ୍ତ ହୋଇ ଫୋନ୍ କାଟି ଦେଇଛନ୍ତି । ଯାହାପରେ ଆରମ୍ଭ ହୋଇ ଅସଲ ମାମଲା । ହନିଟ୍ରାପ ଭଳି ସାଂଘାତିକ ମାମଲାରେ ଏବେ ଜେଡିୟୁ ବିଧାୟକ ପନ୍ନାଲାଲ ସିଂହ ପଟେଲଙ୍କ ପୁଅ ନୂତନ ।

ବର୍ତ୍ତମାନ ଅନଲାଇନ ଭିଡିଓ କଲ କରିବା ବି ଖୁବ ବିପଦପୂର୍ଣ୍ଣ ହୋଇଯାଇଛି । ବିନା କାରଣରେ ସାଂଘାତିକ ମାମଲାରେ ଫସି ଯାଉଛନ୍ତି ବଡ଼ ବଡ଼ ଲୋକ । କାରଣ ଗୋଟିଏ ସାମାନ୍ୟ ଭିଡିଓ କଲ୍ କିଛିଟା ସମୟ ପରେ ହନିଟ୍ରାପର ରୂପ ନେଉଛି । ଏବେ ବେଲଦୋର ଜେଡିୟୁ ବିଧାୟକ ପନ୍ନାଲାଲ ସିଂହ ପଟେଲଙ୍କ ପୁଅ ନୂତନ ପଟେଲ ଏହି ମାମଲାରେ ଫସି ଯାଇଛନ୍ତି । ଯାହାକୁ ନେଇ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ନୂତନଙ୍କ ହ୍ୱାଟ୍ସଆପରେ ଏକ ଲିଙ୍କ ମେସେଜ ଆସିଥିଲା । ଏହାପରେ ଜଣେ ଯୁବତୀ ମିଠା ମିଠା କଥା କହି ଭିଡିଓ କଲରେ କଥା ହେବା ପାଇଁ ନୂତନଙ୍କୁ କହିଥିଲା । ତେବେ ନୂତନ ଯୁବତୀଙ୍କ କଥାରେ ରାଜି ହୋଇ ତାଙ୍କୁ ଭିଡିଓ କଲ୍ କରିଥିଲେ । ନୂତନ ଭିଡିଓ କଲିଙ୍ଗ କରି କଥା ହେବାରୁ ଅସଲ ଖେଳ ଖେଳିଥିଲା ଏହି ଯୁବତୀ ।

ନୂତନ ଭିଡିଓ କଲ କରିବା ପରେ ଯୁବତୀ ଜଣକ ଧିରେ ଧିରେ ନିଜର ପିନ୍ଧା ପୋଷାକ ସବୁ ଖୋଲିବା ଆରମ୍ଭ କରି ଦେଇଥିଲେ । ଭିଡିଓ କଲରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇଥିଲେ ବିଧାୟକଙ୍କ ପୁଅ ନୂତନ । ତେଣୁ ଏହା ଦେଖି ସେ ଫୋନ୍ କାଟି ଦେଇଥିଲେ । ତେବେ କିଛି ସମୟ ପରେ ହ୍ୱାଟ୍ସଆପରେ ତାଙ୍କର ଅଶ୍ଳୀଳ ଭିଡିଓ ପଠାଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ କହି ବ୍ଲାକମେଲ କରାଯାଉଥିବା ନୂତନ ଅଭିଯୋଗ କରିଛନ୍ତି । ନଚେତ୍ ଏହି ଭିଡିଓ ଭାଇରାଲ କରିଦେବାକୁ ମଧ୍ୟ ଧମକ ମିଳିଥିଲା । ତେଣୁ ଏ ନେଇ ବିଧାୟକଙ୍କ ପୁଅ ନୂତନ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.