ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଲୁଟ

କୋଣାର୍କ: ବଡ଼ ଧରଣର ଲୁଟ। ରାତି ଅଧରେ ଗ୍ରିଲ ଆଉ କବାଟ ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଏଭଳି ଏକ ଭୟଙ୍କର ଘଟଣା ଘଟିଛି କୋଣାର୍କର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ।

ଏବେ ଲୁଟପାଟର ମାତ୍ରା ଏତେ ବଢିଯାଇଛି ଯେ, ଲୋକେ ନିଜ ଘରେ ସୁନା ଗହଣା ରଖିବା ଅସୁରକ୍ଷିତ ମନେ କରୁଛନ୍ତି। ଲୁଟେରା ଘରେ ପଶି ଯାହା ଚୋରି ତ କରୁଛନ୍ତି ତା ସହିତ ଲୋକଙ୍କୁ ମାରପିଟ ମଧ୍ୟ କରୁଛନ୍ତି।

ସେହିଭଳି ଏହି ଘଟଣା ଟି। ବିଳମ୍ବିତ ରାତିରେ ପରିବାର ଲୋକେ ସୋଇଥିବା ବେଳେ ଚୋର ମାନେ ଘରର ଗ୍ରିଲ ଆଉ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ।

ଯେତେବେଳେ ପରିବାର ଲୋକେ ପ୍ରତିବାଦ କଲେ, ସେତେବେଳେ ଦୁର୍ବୁତ୍ତମାନେ ମହିଳାଙ୍କ ହାତ ଗୋଡ ବାନ୍ଧି ସମସ୍ତ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇ ଚାଲିଗଲେ। ଏହି ଘଟଣାରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ କରୁଛି।