ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ରେଷ୍ଟୁରାଣ୍ଟ Bastian ଆଟ ଦି ଟପ, ଦାଦର ୱେଷ୍ଟର କୋହିନୂର ସ୍କୋୟାରରେ ୪୮ତମ ମହଲାରେ ଅଛି। ସେଠାରେ ରବିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାପରେ ଅଭିନେତ୍ରୀଙ୍କ ରେଷ୍ଟୁରାଣ୍ଟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଶିଳ୍ପା ଶେଟ୍ଟୀ Bastianରେ ଏକ କାର ଚୋରି ହୋଇଛି। ଏହି କାର ବିଏମଡବ୍ଲୁର ଅଟେ। ଜଣେ ବ୍ୟକ୍ତି ନିଜ ସାଙ୍ଗଙ୍କ ସହ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସିଥିଲେ। ୮୦ ଲକ୍ଷ ଟଙ୍କା ମୂଲ୍ୟର ଟୁ-ସିଟର BMW Z4 କାର ବିଲ୍ଡିଂ ତଳେ ପାର୍କିଂ କରିଥିଲେ, ଯାହାପରେ ଚୋରି ହୋଇଯାଇଥିଲା। କାରର ମାଲିକଙ୍କୁ ଚୋରିର ଖବର ମିଳିବା ମାତ୍ରେ ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି।
କାରର ମାଲିକ ବାନ୍ଦ୍ରାର ୩୪ ବର୍ଷୀୟ ବିଜନେସମ୍ୟାନ ରୁହାନ ଖାନ। ସେ ନିଜ ସାଙ୍ଗଙ୍କ ସହ ରାତି ୧ଟାରେ Bastian ପହଞ୍ଚିଥିଲେ ଏବଂ ନିଜ କାରର ଚାବିକୁ କାମ କରୁଥିବା କର୍ମଚାରୀଙ୍କୁ ଦେଇଥିଲେ। ରେଷ୍ଟୁରାଣ୍ଟ ବନ୍ଦ ହେବା ପରେ ରୁହାନ ପାର୍କିଂ ଷ୍ଟାଫଙ୍କୁ ନିଜ କାର ବାହାର କରିବାକୁ କହିଥିଲେ, ହେଲେ ସେଠାରେ କାର ନଥିଲା। ପରେ CCTV ଫୁଟେଜରେ ଜଣାପଡିଥିଲା ଯେ, ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ କାରକୁ ରାତି ୨ଟାରେ ଚୋରି କରି ପଳାୟନ କରିଥିଲା। ଏହାପରେ ତତ୍କାଳୀନ ତଦନ୍ତ ଆରମ୍ଭ ହୋଇଛି।