Breaking: ବିନା ଶୌଚାଳୟରେ କାଟୁଛନ୍ତି ୬ ଘଣ୍ଟା, କେବେ ସମସ୍ୟା ହେବେ ଦୂର

ଭୁବନେଶ୍ୱର: ରାଜ୍ୟର ଅନେକ ସ୍କୁଲରେ ନାହିଁ ଶୌଚାଳୟ । ବିଶେଷ କରି ବାଳିକା ବିଦ୍ୟାଳୟରେ ଏ ପ୍ରକାର ଅବ୍ୟବସ୍ଥା ସାମ୍ନାକୁ ଆସିଛି ।

ରାଜ୍ୟର ୫୭୯ ସ୍କୁଲରେ ନାହିଁ ଶୌଚାଳୟ । ରାଜ୍ୟର ୪୧୨ ପ୍ରାଥମିକ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ଶୌଚାଳୟ ।

୧୧୫ ଉଚ୍ଚ ପ୍ରାଥମିକ, ୨୫ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇ ନାହିଁ । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।