fbpx

ଦୁନିଆରେ ମଙ୍କିପକ୍ସର ୭୦ ହଜାରରୁ ଅଧିକ ସଂକ୍ରମିତ: ଚେତାବନୀ ଜାରିକଲା ‘ହୁ’

ନୂଆଦିଲ୍ଲୀ: ମଙ୍କିପକ୍ସ ମାମଲା ଲଗାତାର ବଢ଼ିବାରେ ଲାଗିଛି । ବୈଶ୍ୱିକ ସ୍ତରରେ ଏହି ସଂଖ୍ୟା ଏବେ ୭୦ ହଜାର ଉପରେ ପହଞ୍ଚିଛି । ଅବଶ୍ୟ ଏହି ସଂକ୍ରମଣରେ ଏବେ ହ୍ରାସ ମଧ୍ୟ ପରିଲକ୍ଷିତ ହୋଇଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୁଧବାର ଘୋଷଣା କରିଛି ଯେ ନୂଆ ମାମଲାରେ ହ୍ରାସର ଅର୍ଥ ନୁହେଁ ଯେ ଏହା ଲୋକଙ୍କୁ ମଙ୍କିପକ୍ସ ଠାରୁ ବର୍ତ୍ତିବା ପାଇଁ ଆପଣାଇବାକୁ ପଡ଼ୁଥିବା ଉପାୟକୁ ଛାଡ଼ି ଦେବା ଦରକାର । ‘ହୁ’ କହିଛି ଯେ ଆମେରିକାରେ ଏହି ମାମଲାର ସଂଖ୍ୟା ବଢ଼ୁଛି ।

ରିପୋର୍ଟ ଅନୂଯାୟୀ, ‘ହୁ’ ମୁଖ୍ୟ ଡା.ଟେଡ୍ରୋସ ଅଧୋନମ ଗେବ୍ରିୟସ କହିଛନ୍ତି ଯେ ଚଳିତ ବର୍ଷ ଆମେରିକାରେ ୭୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାଦ୍ୱାରା ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହେଲାଣି । ଜେନିଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବୈଶ୍ୱିକ ସ୍ତରରେ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଗତ ସପ୍ତାହରେ ୨୧ ଦେଶରେ ନୂଆ ମାମଲାରେ ବୃଦ୍ଧି ଦେଖାଯାଇଛି । ଏହି ବୃଦ୍ଧି ଅଧିକାଂଶ ଆମେରିକାରେ ଦେଖାଯାଇଛି । ଯାହା ଗତ ସପ୍ତାହରେ ରୁଜୁ ହୋଇଥବା ସଂକ୍ରମଣ  ମାମଲାର ପ୍ରାୟ ୯୦ ପ୍ରତିଶତ ।

ସେ ଆହୁରି କହିଛନ୍ତି ଯେ ‘ହୁ’ ପ୍ରଭାବିତ ଦେଶ ସହ ମଙ୍କିପକ୍ସ ପାଇଁ ଟେଷ୍ଟ କ୍ଷମତା ବଢ଼ାଇବା ଏବଂ ମାମଲାର ସଂଖ୍ୟା ଉପରେ ନିରୀକ୍ଷଣ କରିବା ପାଇଁ କାମ କରୁଛନ୍ତି । ସେ ଆଗକୁ କହିଛନ୍ତି ଯେ କୋଭିଡ-୧୯ ଭଳି ମଙ୍କିପକ୍ସ ମଧ୍ୟ ବୈଶ୍ୱିକ ସମୁଦାୟ ପାଇଁ ସମସ୍ୟା ପାଲଟିଛି ।

ମଙ୍କିପକ୍ସଠାରୁ ସବୁଠୁ ଅଧିକ ପ୍ରଭାବିତ ବର୍ତ୍ତମାନ ଆମେରିକା ରହିଛି । ଏହାପରେ ରହିଛି ୟୁରୋପ, ୟୁରୋପରେ ୨୫ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସବୁଠୁ ଅଧିକ ମାମଲା ୧୦ ଦେଶ ମଧ୍ୟରେ ଆମେରିକାରେ ୨୬,୭୨୩, ବ୍ରାଜିଲରେ ୮,୧୪୭, ସ୍ପେନରେ ୭,୨୦୯, ଫ୍ରାନ୍ସରେ ୪,୦୪୩, ବ୍ରିଟେନରେ ୩,୬୫୪, ଜର୍ମାନୀରେ ୩,୬୪୦, ପେରୁରେ ୨,୫୮୭, କଲମ୍ବିଆରେ ୨,୪୫୩, ମେକ୍ସିକୋରେ ୧,୯୬୮ ଏବଂ କାନାଡାରେ ୧୪୦୦ ମାମଲା ରେକର୍ଡ ହୋଇଛି ।

 

Get real time updates directly on you device, subscribe now.