fbpx

ସପ୍ତାହରେ ରହିବ କେବଳ ୪ କାର୍ଯ୍ୟ ଦିବସ, ଏହି ଦେଶରେ ଲାଗୁ ହେବ ନିୟମ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଅନେକ ଦେଶ ସପ୍ତାହରେ ୪ ଦିନ କାମ କରିବା ଫର୍ମୂଲା ଉପରେ ଆଗକୁ ବଢ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ବ୍ରିଟେନରେ ମଧ୍ୟ ସପ୍ତାହରେ ଚାରିଦିନ କାମ କରିବା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ବ୍ରିଟେନରେ ୧ ଜୁନ୍ ଠାରୁ ସପ୍ତାହରେ ଚାରିଦିନ କାମ କରିବା ନେଇ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି ।

ଦେଶର ୬୦ ବଡ଼ କମ୍ପାନୀ ଏହି ବ୍ୟବସ୍ଥା ଲାଗୁ କରୁଛନ୍ତି । ପ୍ରାୟ ୬ ମାସ ଧରି ଏହି ପରୀକ୍ଷା ଚାଲୁରହିବ, ଏହି ସମୟରେ କମ୍ପାନୀ ନିଜ କର୍ମଚାରୀଙ୍କ ଠାରୁ ସର୍ବାଧିକ ୩୨ ଘଣ୍ଟା କାମ କରାଇପାରିବେ । ଅର୍ଥାତ୍ କର୍ମଚାରୀଙ୍କୁ ତିନି ଦିନ ଛୁଟି ମିଳିପାରିବ । ଏଥିପାଇଁ ଦେଶର ୬୦ ଟି ବଡ଼ କମ୍ପାନୀର ୩୦୦୦ କର୍ମଚାରୀଙ୍କୁ ସାମିଲ କରାଯାଇଛି । ଏହି ସମୟରେ କର୍ମଚାରୀଙ୍କ ଦରମାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।

ଏହାପୂର୍ବରୁ ସଂଯୁକ୍ତ ଅରବ ଅମୀରାତରେ ସରକାରୀ ପ୍ରତିଷ୍ଠାନ ପାଇଁ ଜାନୁଆରୀ ୨୦୨୨ ରୁ ସପ୍ତାହରେ ଚାରି ଦିନ କାମ କରିବାକୁ ଅନୁମତି ଦେଇଛନ୍ତି । ଶୁକ୍ରବାର ହାଫ୍ ଡେ ରଖାଯାଇଛି ଏବଂ ଶନିବାର ରବିବାର ସଂପୂର୍ଣ୍ଣ ଛୁଟି । ପୂର୍ବରୁ ଜାପାନ, ନ୍ୟୁଜିଲାଣ୍ଡ, ବେଲଜିୟମ, ଫ୍ରାନ୍ସ, ସ୍କଟଲାଣ୍ଡ୍, ଆୟରଲ୍ୟାଣ୍ଡ୍, ଆଇସଲାଣ୍ଡ ଭଳି ଦେଶରେ ଏହି ନିୟମ ଦେଖିବାକୁ ମିଳିଛି ।

ଅନ୍ୟ ଦେଶ ଭଳି ଭାରତ ସରକାର ମଧ୍ୟ ସପ୍ତାହରେ କାର୍ଯ୍ୟ ଦିବସକୁ ଛୋଟ କରିବାକୁ ବିଚାର କରୁଛନ୍ତି । ଶ୍ରମ ଆଇନରେ ପରିବର୍ତ୍ତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଯଦି ଏହି ନିୟମ ଲାଗୁ ହେବ ତେବେ କର୍ମଚାରୀଙ୍କୁ ସର୍ବନିମ୍ନ ୪୮ ୱାର୍କିଂ ଆୱାର ପୂରା କରିବାକୁ ପଡ଼ିବ । ଯଦି ଚାରି ଦିନ ନିୟମ ଲାଗୁ ହେବ ତେବେ କର୍ମଚାରୀଙ୍କୁ ଗୋଟିଏ ଦିନରେ ୧୨ ଘଣ୍ଟା ହିସାବରେ କାମ କରି ତିନି ଛୁଟି ନେଇପାରିବେ ।

Get real time updates directly on you device, subscribe now.