fbpx

ମୌସୁମୀ ହେଲା ଦୁର୍ବଳ: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ସୂଚନା

Advertisement

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି । ଫଳରେ ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଖରା ସାଙ୍ଗକୁ ତାତି ବଢ଼ିଇ ଏବଂ ଦିନ ତାପମାତ୍ରାରେ ଅସ୍ବାଭାବିକ ପରିବର୍ତ୍ତନ ହୋଇଛି । ବାୟୁ ମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭବ ହେବ । କିଛି ଦିନ ମୌସୁମୀ ସକ୍ରିୟ ପରେ ଏବେ ଦୁର୍ବଳ ହୋଇଛି । ଆକାଶରେ ଖଣ୍ଡଖଣ୍ଡ ଭଷା ମେଘ ଥିବାବେଳେ ରାଜ୍ୟରେ ବଡ଼ ବର୍ଷା ନାହିଁ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୌସୁମୀ ଦୁର୍ବଳ ପ୍ରଭାବରେ ରାଜ୍ୟରେ ୫ ଦିନ ଯାଏଁ କୌଣସି ସତର୍କ ସୂଚନା ନାହିଁ । ରାଜ୍ୟରେ ମୌସୁମୀ ପ୍ରଭାବ ଦୁର୍ବଳ ହେତୁ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିଛି । ଏଥିସହ ଗୁଳୁଗୁଳି ହେବା ଆରମ୍ଭ ହୋଇଛି ।ଆଗକୁ କୌଣସି ବଡ଼ ବର୍ଷା ନଥିବା ବେଳେ ରାଜ୍ୟରେ ପୁଣି ନିଅଣ୍ଟିଆ ବର୍ଷା ଦେଖାଯିବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୧୪ ବେଳକୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ ।

Get real time updates directly on you device, subscribe now.