ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଛି। ଯେଉଁଥିରେ ପୁଣିଥରେ ଇଂଲଣ୍ଡ ଟସ୍ ଜିତିବା ସହ ବୋଲିଂ କରିବାରି ନିଷ୍ପତ୍ତି ନେଇଛି।
ଏହି ମ୍ୟାଚରେ ଭାରତୀୟ ଦଳର ପ୍ଲେଇଂ ୧୧ରେ ଏକ ବଡ଼ ପରିବତ୍ତନ ଦେଖିବାକୁ ମିଳିଛି। ଯେଉଁଥିରେ ୨୪ ବର୍ଷୀୟ ଦ୍ରୁତ ବୋଲର ଅଂଶୁଲ କମ୍ୱୋଜଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି।
ଏହି ମ୍ୟାଚ୍ ପାଇଁ ପୂର୍ବରୁ ଘୋଷଣା ହୋଇଥିବା ଟେଷ୍ଟ ଟିମରେ ସାମିଲ ନଥିବା କମ୍ୱୋଜଙ୍କୁ ମାଞ୍ଚେଷ୍ଟର ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂହ ଆହତ ହେବାରେ କଭର ପ୍ଲେୟାର ଭାବରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଇଂଲଣ୍ଡ ତାର ପ୍ଲେଇଂ ୧୧ ଘୋଷଣା କରିଛି: ଲର୍ଡସ ଟେଷ୍ଟ ମ୍ୟାଚକୁ ୨୨ ରନରେ ଜିତି ସରିଜରେ ୨-୧ରେ ଆଗୁଆ ଥିବା ଆୟୋଜକ ଇଂଲଣ୍ଡ ୨ ଦିନ ପୂର୍ବରୁ ମାଞ୍ଚଷ୍ଟର ଟେଷ୍ଟ ମ୍ୟାଚ୍ ପାଇଁ ଚାର ପ୍ଲେଇଂ ୧୧ ଘୋଷଣା କରିଥିଲା।
ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ତା’ର ପ୍ଲେଇଂ ୧୧ରେ କେବଳ ଗୋଟିଏ ପରିବର୍ତ୍ତନ କରିଛି। ଯେଉଁଥିରେ ଲେପ୍ଟହ୍ୟାଣ୍ଡ ସ୍ପିନ୍ ବୋଲର ଲିଆମ୍ ଡସନ୍ଙ୍କୁ ସ୍ପିନର ସୋଏବ ବଶିରଙ୍କ ସ୍ଥାନରେ ସାମିଲ କରାଯାଇଛି।
ଯିଏ ଲର୍ଡସ ଟେଷ୍ଟ ମ୍ୟାଚ୍ରେ ଆହତ ହେବା ପରେ ପୂରା ସିରିଜରୁ ବାହାର ଥିଲେ। ଏହା ବ୍ୟତୀତ ଇଂଲଣ୍ଡ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଏହି ମ୍ୟାଚରେ ସମସ୍ତଙ୍କ ନଜର ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ ରହିବ। ଯିଏ ଗତ ମ୍ୟାଚରେ ଭଲ ବୋଲିଂ କରିଛନ୍ତି।
ଉଭୟ ଦଳର ୧୧ ଟି ପ୍ଲେୟର:
ଭାରତ – ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ୱିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଅନସୁଲ କାମ୍ବୋଜ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।
ଇଂଲଣ୍ଡ – ଜ୍ୟାକ୍ କ୍ରୋଲେ, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ କିପର), ଲିଆମ୍ ଡସନ୍, କ୍ରିସ୍ ୱୁକ୍ସ, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର |