ଏଣିକି ମାନୁଆଲି ହେବନି ଡ୍ରାଇଭିଂ ଟେଷ୍ଟ୍; ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା, ଜଗିବ AI

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଏଣିକି ମାନୁଆଲି ହେବନି ଡ୍ରାଇଭିଂ ଟେଷ୍ଟ୍ । ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା । ଗଫଲତି ଧରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( AI ) । ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ ଏବେ ଏଭଳି ପଦ୍ଧତି ଆପଣେଇଛି ପରିବହନ ବିଭାଗ । ଆଜି ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।

ଏନେଇ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ତ ୩୮ ଟି ଯାକ ଆରଟିଓରେ ଏହି ବ୍ୟବସ୍ଥା ଆପଣାଯିବ । ଏହି ବ୍ୟବସ୍ଥାରେ ପୂରା ପ୍ରକ୍ରିୟା ଅଟୋମେଟେଡ୍‌ ରହିବ । କ୍ୟାମେରା ଲେନ୍ସରେ ରହିବ ଗାଡ଼ି ଚାଳନା ପରୀକ୍ଷା ଅଞ୍ଚଳ । ମାନବ ହସ୍ତକ୍ଷେପ ଜନିତ ଗଫଲତି ଓ ଦୁର୍ନୀତି ରୋକିବାକୁ ବ୍ୟବହାର ହେବ AI । ପରିବହନ ବିଭାଗର ଏପରି ପଦକ୍ଷେପକୁ କିଛି ଲୋକେ ସ୍ୱାଗତ କରିଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ଆଉ କିଛି ଲୋକ ।