fbpx

ଯୁଦ୍ଧକୁ ନେଇ ଋଷ ଦେଲା ଆଶ୍ୱସ୍ତିକର ଖବର: ୟୁକ୍ରେନ ଉପରେ ହେବନି ନ୍ୟୁକ୍ଲିୟର ଆଟାକ, କିନ୍ତୁ……….

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଋଷ ପରମାଣୁ ଅସ୍ତ୍ରର ବ୍ୟବହାର କରିବା ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ପୁଟିନ । ଯୁଦ୍ଧରେ କୌଣସି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ ନାହିଁ ବୋଲି ଋଷ ତରଫରୁ ସୂଚନା ଦିଆଯାଇଛି । ଏନେଇ ଋଷର ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଏଲେକ୍ସି ଜୈତସେବ ସୂଚନା ଦେଇଛନ୍ତି । ଏହି ଯୁଦ୍ଧରେ ଋଷ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ବୋଲି ଚର୍ଚ୍ଚା ଲାଗି ରହିଛି । ପଶ୍ଚିମ ଦେଶଗୁଡିକର ଏଭଳି କାରନାମାକୁ ଭୁଲ ବୋଲି ଦର୍ଶାଇଛନ୍ତି ବୈଦେଶିକ ମନ୍ତ୍ରାଳୟ ।

ୟୁକ୍ରେନ ବିରୁଦ୍ଧରେ ଏହି ଯୁଦ୍ଧର ଋଷର ଏକ ବିଶେଷ ସୈନ୍ୟ ଅଭିଯାନ, କିନ୍ତୁ ଏହାକୁ ନେଇ ମିଥ୍ୟା ପ୍ରଚାର କରିବାକୁ କଡା ନିନ୍ଦା କରିଛନ୍ତି ଏଲେକ୍ସି ଜୈତସେବ । ସେପଟେ କିଛି ଦିନ ତଳେ ଋଷ ପରମାଣୁ ଅସ୍ତ୍ରର ପରୀକ୍ଷଣ କରିଥିଲା । କଲିନିନଗ୍ରାଦ ବାଲଟିକ ସାଗର ନିକଟରେ ଏପରି ପରୀକ୍ଷଣ ସାରା ୟୁରୋପ ଉପରେ ବିପଦ ଆଣିପାରେ ବୋଲି କୁହାଯାଇଛି ।

କିନ୍ତୁ ଆମେରିକା ଏବଂ ନାଟୋ ତରପରୁ ୟୁକ୍ରେନକୁ ସହାୟତା କରିବା ଋଷର ନରାଜ ହେବାର କାରଣ ପାଲଟିଛି । ଋଷର ବିଦେଶ ମନ୍ତ୍ରୀ ସଗେଇ ଲାବରୋବ ଏ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ପରମାଣୁ ଯୁଦ୍ଧର ଆଶଙ୍କା ଏବେି ରହିତିବା କହିଛନ୍ତି ଲାବରୋବ । ୟୁକ୍ରେନ ବିପକ୍ଷରେ ଗତ ୨୪ ଫେବୃୟାରୀରୁ ଘମାଘୋଟ ଯୁଦ୍ଧ ଜାରି ରକିଛି ପୁତିନ ସେନା । ଉଭୟ ଦେଶ ନିଜ ଜିଦରେ ଅଟଳ ରହିଥିବାରୁ ଯୁଦ୍ଧ ବନ୍ଦ ହେବାର ନିଷ୍ପତ୍ତି ନିଆଯାଇ ପାରୁନାହିଁ ।

Get real time updates directly on you device, subscribe now.