fbpx

ଜାନୁଆରୀ ୧ ରୁ ବଦଳିଯିବ ଏହି ୧୦ ଟି ନିୟମ: କୋଟି କୋଟି ଲୋକଙ୍କ ଉପରେ ପଡିବ ସିଧା ପ୍ରଭାବ, ଜାଣନ୍ତୁ କ’ଣ କ’ଣ?

Advertisement

ନୂଆଦିଲ୍ଲୀ,୨୧ ।୧୨: ୧ ଜାନୁୟାରୀ ୨୦୨୧ ରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ଚେକ୍ ପେମେଣ୍ଟ ଠାରୁ ନେଇ ଫାଷ୍ଟାଗ୍, ୟୁପିଆଇ ପେମେଣ୍ଟ ସିଷ୍ଟମ୍ ଏବଂ ଜିଏସଟି ରିଟର୍ଣ୍ଣ ପର୍ଯ୍ୟନ୍ତ ନିୟମରେ ପରିବର୍ତ୍ତନ ହେବ । ତେଣୁ ଜାନୁଆରୀ ୧ ପୂର୍ବରୁ ଆପଣ ଏହି ସମସ୍ତ ପରିବର୍ତ୍ତନ ବିଷୟରେ ଜାଣିରଖନ୍ତୁ । ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ୧୦ଟି ପରିବର୍ତ୍ତନ ବିଷୟରେ..

୧. ଚେକ୍ ପେମେଣ୍ଟ ସିଷ୍ଟମ୍
୧ଜାନୁଆରୀ ୨୦୨୧ରୁ ଚେକ୍ ପେମେଣ୍ଟ ସହିତ ଜଡିତ ନିୟମ ବଦଳିଯିବ । ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ, ଚେକ ପେମେଣ୍ଟ ମାଧ୍ୟମରେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦେୟ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପୁନର୍ବାର ନିଶ୍ଚିତ କରିବାକୁ ପଡିବ । କିନ୍ତୁ ସେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି କି ନାହିଁ, ତାହା ଆକାଉଣ୍ଟ ହୋଲ୍ଡର ଉପରେ ନିର୍ଭର କରୁଛି । ଚେକ୍ ଦେଉଥିବା କରୁଥିବା ବ୍ୟକ୍ତି ଏହି ସୂଚନା ମେସେଜ୍, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ ମାଧ୍ୟରେ ଦେଇପାରିବେ ।

୨. କଣ୍ଟ୍ରାକ୍ଟଲେସ୍ କାର୍ଡ କାରବାର
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଣ୍ଟ୍ରାକ୍ଟଲେସ୍ ବା ଯୋଗାଯୋଗହୀନ କାର୍ଡ ପେମେଣ୍ଟର ସୀମାକୁ ୨,୦୦୦ ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରିଛି । ଏହା ୧ ଜାନୁୟାରୀ ୨୦୨୧ ରୁ କାର୍ଯ୍ୟକାରୀ ହେବ । ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ପିନ୍ ଦେବା ଆବଶ୍ୟକ ପଡିବ ନାହିଁ ।

୩. ମହଙ୍ଗା ହେବ କାର୍
ଜାନୁଆରୀ ୨୦୨୧ ରୁ ଅଟୋମୋବାଇଲ୍ କମ୍ପାନୀଗୁଡିକ ସେମାନଙ୍କର ଅନେକ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ପରେ କାର କିଣିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ । ବର୍ତ୍ତମାନ ସୁଦ୍ଧା ମାରୁତି, ମହିନ୍ଦ୍ରା, ପରେ ରେନା ଏବଂ ଏମଜି ମୋଟର ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି ।

୪. ଫାଷ୍ଟାଗ୍ ବାଧ୍ୟତାମୂଳକ
କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ୧ ଜାନୁୟାରୀ ୨୦୨୧ ରୁ ସମସ୍ତ ଚାରି ଚକିଆ ଯାନରେ ଫାଷ୍ଟାଗ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି । ଯେଉଁ ଡ୍ରାଇଭରମାନେ ଫାଷ୍ଟାଗ୍ ବିନା ଜାତୀୟ ରାଜପଥ ଟୋଲ୍ ଅତିକ୍ରମ କରିବେ, ସେମାନଙ୍କୁ ଦୁଇଗୁଣ ଚାର୍ଜ ଦେବାକୁ ପଡିବ ।

୫. ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବାକୁ ହେଲେ ‘୦’ ଲଗାଇବାକୁ ପଡିବ
ଯଦି ଆପଣ ଜାନୁଆରୀ ୧ ପରେ ଲ୍ୟାଣ୍ଡଲାଇନରୁ କୌଣସି ମୋବାଇଲ୍ ନମ୍ବରକୁ ଫୋନ୍ କରନ୍ତି, ତେବେ ଆପଣଙ୍କୁ ୦ ବ୍ୟବହାର କରିବାକୁ ପଡିବ । ‘୦’ ବ୍ୟବହାର ନକଲେ ଆପଣଙ୍କର କଲ୍ ଲାଗିବ ନାହିଁ ।

୬. ମ୍ୟୁଚୁଆଲ୍ ଫଣ୍ଡ ବିନିଯୋଗ ପାଇଁ ବଦଳିବ ନିୟମ
ଏସଇବିଆଇ ମଲ୍ଟିପ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ନିୟମ ପରିବର୍ତ୍ତନ କରିଛି, ଯାହାକି ନୂଆବର୍ଷରୁ ଆରମ୍ଭ ହେବ । ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନର ପାଣ୍ଠି ହିସାବରେ ୭୫ ପ୍ରତିଶତ ଇକ୍ୱିଟିରେ ବିନିଯୋଗ କରିବାକୁ ପଡିବ, ଯାହା ବର୍ତ୍ତମାନ ସର୍ବନିମ୍ନ ୬୫ ପ୍ରତିଶତ ରହିଛି । ଏସଇବିଆଇର ନୂତନ ନିୟମ ଅନୁଯାୟୀ, ମଲ୍ଟି କ୍ୟାପ୍ ପାଣ୍ଠିର ଗଠନରେ ପରିବର୍ତ୍ତନ ହେବ ।

୭. UPI ପେମେଣ୍ଟରେ ପରିବର୍ତ୍ତନ ହେବ
୧ ଜାନୁୟାରୀ ୨୦୨୧ ରୁ UPIଇ ମାଧ୍ୟମରେ ପେମେଣ୍ଟ ମହଙ୍ଗା ହେବ । ଥାର୍ଡ ପାର୍ଟୀ ଦ୍ୱାରା ଚାଲୁଥିବା ଆପଗୁଡିକ ଉପରେ ଅଧିକ ଚାର୍ଜ ଲାଗୁ କରିବାକୁ ଘୋଷଣା ହୋଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଏନପିସିଆଇ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।

୮. ଜିଏସଟି ରିଟର୍ଣ୍ଣ ନିୟମ ବଦଳିବ
ଦେଶର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସରଳ, ତ୍ରୟମାସିକ ଦ୍ରବ୍ୟ ଏବଂ ସେବା କର ଜିଏସଟି ରିଟର୍ଣ୍ଣ ଫାଇଲରେ ସୁବିଧା ମିଳିବ । ନୂତନ ନିୟମ ଅନୁଯାୟୀ, ଯେଉଁ ବ୍ୟବସାୟୀଙ୍କ କାରବାର ୫ କୋଟିରୁ କମ୍, ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ନୂତନ ନିୟମ ଲାଗୁ ହେବା ପରେ ଟିକସଦାତାଙ୍କୁ କେବଳ ୮ ଟି ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ସେଥିମଧ୍ୟରୁ ୪ ଟି ଜିଏସଟିଆର ୩ବି ଓ ୪ଟି ଜିଏସଟିଆର୧ ରିଟର୍ଣ୍ଣ ପୂରଣ କରିବାକୁ ପଡିବ ।

୯. ସରଳ ଜୀବନ ବୀମା ପଲିସି ଆରମ୍ଭ ହେବ
ଜାନୁଆରୀ ୧ ପରେ, ଆପଣ କମ୍ ପ୍ରିମିୟମରେ ବୀମା କିଣିପାରିବେ । ଆଇଆରଡିଏଆଇ ସମସ୍ତ କମ୍ପାନୀକୁ ସରଳ ଜୀବନ ବୀମା ଆରମ୍ଭ କରିବାକୁ କହିଛି ।

୧୦. କେତେକ ଫୋନରେ ହ୍ୱାଟ୍ସଆପ୍ ବନ୍ଦ ହେବ
ଜାନୁଆରୀ ୧ରୁ କିଛି ଆଣ୍ଟ୍ରଏଡ ଓ ଆଇଫୋନରେ ହ୍ୱାଟ୍ସଆପ୍ ଆପ୍ କାମ କରିବା ବନ୍ଦ କରିପାରେ । କମ୍ପାନୀ କହିଛି ଯେ, ଯେଉଁ ସଫ୍ଟୱେୟାର ପୁରୁଣା ହୋଇଯାଇଛି, ସେଥିରେ ହ୍ୱାଟ୍ସଆପ୍ ଆପ୍ କାମ କରିବା ବନ୍ଦ ହୋଇଯିବ ।

Get real time updates directly on you device, subscribe now.