fbpx

ସ୍ମୃତି ଇରାନୀ, ମୀନାକ୍ଷୀ ଲେଖୀ.. ମୋଦୀ ୩.୦ରେ ସାମିଲ ହେଲେନି ଏହି ୨୦ ମନ୍ତ୍ରୀ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ମୋଦୀ ରବିବାର ଦିନ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହାରି ମଧ୍ୟରେ କ୍ୟାବିନେଟକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଥର କେଉଁମାନଙ୍କୁ ମୋଦୀ ସରକାରରେ ସାମିଲ କରାଯିବ । ମିଳିଥିବା ସୂଚନାନୁଯାୟୀ, ମୋଦୀଙ୍କ ସହ ୬୫ ନେତା ମନ୍ତ୍ରୀ ପଦବୀର ଶପଥ ନେବେ ।
ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ସେ ଏନଡିଏ ମେଣ୍ଟର ସହଯୋଗୀଙ୍କ ସହାୟତାରେ ତୃତୀୟ ଥର ପାଇଁ ସରକାର ଗଠନ କରୁଛନ୍ତି । ଏଥିରେ ଏନଡିଏ ସହଯୋଗୀ ଦଳମାନଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ । ଏଥିରେ ବିଜେପିର କିଛି ବଡ଼ ନେତାମାନଙ୍କୁ କ୍ୟାବିନେଟରେ ସାମିଲ କରାଯିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସ୍ମୃତି ଇରାନୀଙ୍କଠାରୁ ନେଇ ରାଜୀବ ଚନ୍ଦ୍ରଶେଖର ପର୍ଯ୍ୟନ୍ତ ବଡ଼ ନେତାମାନଙ୍କୁ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ଏଥିରେ ଅନୁରାଗ ଠାକୁର ମଧ୍ୟ ଖେଳ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ମୋଦୀ ୩.୦ରେ ବର୍ତ୍ତମାନ ସମୁଦାୟ ୨୦ ଜଣ ନେତାଙ୍କୁ ଏଣ୍ଟ୍ରି ମିଳିବ ନାହିଁ । କାରଣ ପିଏମ ଆବାସରେ ସମ୍ଭାବିତ ମନ୍ତ୍ରୀମାନଙ୍କ ବୈଠକ ହୋଇସାରିଛି । ଯେଉଁଥିରେ ଏହି ନେତାମାନେ ପହଞ୍ଚି ନାହାନ୍ତି । ଏଥିରେ ସ୍ପଷ୍ଟ ହୋଇଛି ଯେ, ଏମାନଙ୍କୁ ଏଥର ମୋଦୀ କ୍ୟାବିନେଟରେ ସ୍ଥାନ ମିଳିବ ନାହିଁ ।

ଯେଉଁ ନେତାମାନଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ନାହିଁ, ସେମାନେ ହେଲେ ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ଅଜୟ ମିଶ୍ରା ଟେନୀ, ଜନେରାଲ ବିକେ ସିଂହ, ଅଶ୍ୱିନୀ ଚୌବେ ଏବଂ ନାରାୟଣ ରାଣେଙ୍କ ନାମ ସାମିଲ ଅଛି । ଏହିପରି ଭାବେ ଅଜୟ ଭଟ୍ଟ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଞ୍ଜନ ସିଂହ, ଆରକେ ସିଂହ, ଅର୍ଜୁନ ମୁଣ୍ଡା, ନିଶୀଥ ପ୍ରମାଣିକ, ସୁଭାଷ ସରକାର, ଜନ ବାରଲା, ଭାରତୀ ପାନୱାର, ରାବସାହେବ ଦାବନୀ, କପିଲ ପାଟିଲ, ନାରାୟଣ ରାଣେ ଏବଂ ଭଗବତ କରାଡଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ମିଳିନି ।

Get real time updates directly on you device, subscribe now.