fbpx

ଆପଣଙ୍କ ସୁଖରେ ବାଧକ ସାଜିଥାନ୍ତି ଏହି ୩ ଜଣ…

Advertisement

ଓଡ଼ିଶା ଭାସ୍କର: ସମସ୍ତେ ମନରେ ନୂତନ ଆଶା, ବିଶ୍ୱାସ ଓ ଲକ୍ଷ୍ୟ ନେଇ ସମସ୍ତ ନୂତନ ବର୍ଷର ସ୍ୱାଗତ କରିଥାନ୍ତି । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ ଏବଂ ଜୀବନରେ ପ୍ରଗତି ସହ ସଫଳତା ହାସଲ କରିବା ନେଇ ସମସ୍ତେ ଆଶୟୀ ଥାନ୍ତି । କିନ୍ତୁ ଆମେ ଜୀବନରେ ଏପରି କିଛି ଲୋକଙ୍କୁ ଭେଟିଥାଉ ଯେଉଁମାନଙ୍କ ଖରାପ ନଜର ଆମ ଖୁସି ଉପରେ ରହିଥାଏ । ସେମାନେ ଆମ ସୁଖ ଜୀବନରେ ଦୁଃଖ ଭରିଦିଅନ୍ତି । ତେବେ କେଉଁ ୩ ଜଣ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା:
୧- ମିଛ କହୁଥିବା ବ୍ୟକ୍ତି: ସବୁବେଳେ ମିଛ କହୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଏଭଳି ବ୍ୟକ୍ତି ନିଜ ଫାଇଦା ପାଇଁ ମିଛ କହିଥାଏ । ଫଳରେ ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମିଛ କହୁଥିବା ବ୍ୟକ୍ତିଙ୍କ ଉପରେ ସହଜରେ ବିଶ୍ୱାସ କରାଯାଇପାରିବ ନାହିଁ । ସେମାନଙ୍କ ଗହଣରେ ରହିଲେ ଆପଣ ନିଜକୁ ସବୁବେଳେ ଦ୍ୱନ୍ଦ ପରିସ୍ଥିତିରେ ରହିବେ ।

୨- ସବୁବେଳେ ଅଭିଯୋଗ କରୁଥିବା ବ୍ୟକ୍ତି: ଆପଣ ଖୁସିରେ ରହିବାକୁ ଚାହୁଁଥିଲେ ସବୁବେଳେ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଏଭଳି ବ୍ୟକ୍ତିଙ୍କୁ କେବେ ବି କୌଣସି ଜିନିଷରେ ସନ୍ତୁଷ୍ଟି ମିଳିନଥାଏ । ସବୁ କଥାରେ କିଛି ନା କିଛି କ୍ଷୁଣ ବାହର କରିବା ଏମାନଙ୍କ ଏକ ବଦଅଭ୍ୟାସ ଥାଏ ।

୩- ଚୁଗଲି କରୁଥିବା ବ୍ୟକ୍ତି: ପରଚର୍ଚ୍ଚା(ଚୁଗଲି) କରୁଥିବା ବ୍ୟକ୍ତିଙ୍କ ଠାରୁ ଯେତେଦୂର ସମ୍ଭବ ଦୂରେଇ ରୁହନ୍ତୁ । ଏଭଳି ବ୍ୟକ୍ତିଙ୍କ ଗହଣରେ ସମୟ ବିତାଇବା ଦ୍ୱାରା ଆପଣଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏମାନେ ଆପଣଙ୍କୁ ସୁଖର ପଥରେ ବାଧକ ସାଜିଥାନ୍ତି ।

Get real time updates directly on you device, subscribe now.