fbpx

ଏହି ୪ଜଣ ଭୁଲରେ ବି ଖାଆନ୍ତୁନି ଭଣ୍ଡା, ନଚେତ ବିଗିଡିଯିବ ସ୍ୱାସ୍ଥ୍ୟ

Advertisement

ଓଡ଼ିଶା ଭାସ୍କର: ଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରକୁ ଅଧିକ ଫାଇଦା ମିଳିଥାଏ । ଏହା ପାଚନ ଠାରୁ ନେଇ ସ୍କିନ ପର୍ଯ୍ୟନ୍ତ ସମସ୍ତ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଖାସକରି ଖରାଦିନେ ଭଣ୍ଡା ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ ।

ଭଣ୍ଡା ଏପରି ଏକ ଫଳ ଯାହାକି ଅନେକ ରୋଗ ଠାରୁ ଆମକୁ ରକ୍ଷା କରିଥାଏ । ଯେପରି କି ହାର୍ଟ ଡିଜିଜ, ହାଇ ବିପି, ଡାଇବେଟିସ, କ୍ୟାନ୍ସର ପରି ଅନେକ ରୋଗରୁ ରକ୍ଷା କରିଥାଏ । ଅନେକ ଲୋକେ ଦୈନିକ ଖାଲି ପେଟରେ ଭଣ୍ଡା ଖାଇଥାଆନ୍ତି । ଭଣ୍ଡାରେ ଡାଇଟରୀ ଫାଇବର, ମିନେରାଲ, ଭିଟାମିନ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ । ହେଲେ ଏପରି କିଛି ରୋଗୀ ଅଛନ୍ତି ଯାହାଙ୍କୁ ଭଣ୍ଡା ଖାଇବା ମନା ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

କୀଡନୀ ଷ୍ଟୋନ: ଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ । ଏଥିପାଇଁ ଯେଉଁ ଲୋକଙ୍କୁ କୀଡନୀରେ ଷ୍ଟୋନ ହୋଇଥାଏ ସେମାନଙ୍କୁ ଭୁଲରେ ବି ଭଣ୍ଡା ନ ଖାଇବା ଆବଶ୍ୟକ । ଭଣ୍ଡା ଖାଇବାରେ କୀଡନୀ ଷ୍ଟୋନର ସାଇଜ ବଡ ହୋଇଯାଇଥାଏ ।

ଗର୍ଭବତୀ ମହିଳା: ଗର୍ଭବତୀ ମହିଳାଙ୍କୁ ଭଣ୍ଡା ବିଲକୁଲ ନ ଖାଇବା ଆବଶ୍ୟକ । କାରଣ ଏହାକୁ ଖାଇବା ଦ୍ୱାରା ୟୁଟରସରେ କଣ୍ଟ୍ରାକ୍ସନ ହୋଇଥାଏ । ଏଥିରେ ପାପେନ ଏବଂ ଲାଟେକ୍ସ ରହିଥାଏ । ଯେଉଁ କାରଣରୁ ସମୟ ପୂର୍ବରୁ ଶିଶୁ ଜନ୍ମ ହୋଇପାରେ । ଏହି କାରଣରୁ ଗର୍ଭପାତ ମଧ୍ୟ ହୋଇପାରେ ।

ଲେଟେକ୍ସ ଆଲର୍ଜୀ: ଅନେକ ଲୋକଙ୍କୁ ଭଣ୍ଡାରେ ଥିବା ଆଲର୍ଜୀ ହୋଇଥାଏ । ଏଥିରେ ଲୋକଙ୍କୁ ଭଣ୍ଡା ନ ଖାଇବା ଆବଶ୍ୟକ । ଭଣ୍ଡା ଖାଇବାରେ ରାସେଜ ହେବା ସହ ଛିଙ୍କ ଆସିବା, ନିଶ୍ୱାସ ନେବାରେ ଆସୁବିଧା ଏବଂ ଶରୀରରେ ଫୁଲିବାର ସମସ୍ୟା ଦେଖାଦେଇଥାଏ ।

ହାର୍ଟ ରୋଗୀ: ହୃଦୟକୁ ସୁସ୍ଥ ରଖିବା ପାଇଁ ଭଣ୍ଡା ଖାଇବା ଭଲ ନୁହେଁ । ହେଲେ ଯଦି ଆପଣ ହୃଦୟ ରୋଗୀ ତେବେ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ । ଭଣ୍ଡାରେ କିଛି ଖାସ ତତ୍ତ୍ୱ ରହିଥାଏ । ଯାହାକି ହୃଦୟ ସ୍ପନ୍ଦନକୁ ଅଧିକ କରିଦିଏ । ଏଥିପାଇଁ ହାର୍ଟ ରୋଗୀ ଭୁଲରେ ବି ଭଣ୍ଡା ନ ଖାଇବା ଆବଶ୍ୟକ ।

Get real time updates directly on you device, subscribe now.