କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ଏହି ୭ଟି ସ୍ପେଶାଲ ଟ୍ରେନ୍‌, ଘୋଷଣା କଲା ପୂର୍ବତଟ ରେଲୱେ

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଥିବା ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି କୁମ୍ଭମେଳାକୁ ଯାଉଥିବା ଲୋକଙ୍କ ପାଇଁ ବର୍ତ୍ତମାନ ଓଡ଼ିଶାରୁ ଗଡ଼ିବ ଏହି ୭ଟି ସ୍ପେଶାଲ ଟ୍ରେନ।

ଭୁବନେଶ୍ୱର: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୧୩ ଜାନୁଆରୀରୁ ଆରମ୍ଭ ହେଉଛି। ଏଥିପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସହ ସାଧୁ ସନ୍ଥମାନେ ପ୍ରୟାଗରାଜରେ ଆସି ପହଞ୍ଚିଛନ୍ତି।

ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାରି ମଧ୍ୟରେ କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ ଗଡିବ ବୋଲି ପୂର୍ବତନ ରେଲୱେ ଘୋଷଣା କରିଛି।

କୁମ୍ଭମେଳା ଯିବାକୁ ଭୁବନେଶ୍ୱର-ତନ୍ଦୁଲା-ଭୁବନେଶ୍ୱର କୁମ୍ଭମେଳା ସ୍ପେଶାଲ ଟ୍ରେନ୍ ଗଡ଼ିବ। ଏହି ଟ୍ରେନଟି ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ।

ସେହିପରି ଅନ୍ୟ ଏକ ସ୍ପେଶାଲ ଟ୍ରେନ ପୁରୀ-ତନ୍ଦୁଲା-ପୁରୀ । ଏହି ଟ୍ରେନଟି ପୁରୀ, ଖୋର୍ଦ୍ଧା, କଟକ, ଯାଯପୁର, ବାଲେଶ୍ୱର ଦେଇ ଯିବ।

ଟିଟିଲାଗଡ଼-ତନ୍ଦୁଲା-ଟିଟିଲାଗଡ଼ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇ ଯାତ୍ରା କରିବ।

ବିଶାଖାପାଟଣା-ଡିଡିୟୁ-ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହା ରାୟଗଡ଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇ ଯିବ।

ବିଶାଖାପାଟଣା-ଗୋରଖପୁର- ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ।

ତିରୁପତି-ବନାରସ- ତିରୁପତି କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲ ଦେଇ ଯାତ୍ରା କରିବ।

ଏନଏସ-ବନାରସ୍‌-ଏନଏସ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯାତ୍ରା କରିବ।