fbpx

ଶ୍ରୀମନ୍ଦିରରେ ଲୁଚିଛି ଏହିସବୁ ରହସ୍ୟ: ଜାଣନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଅଲୌକିକ କାହାଣୀ

ଓଡ଼ିଶା ଭାସ୍କର: ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିର ସହ ଜଡ଼ିତ ଇତିହାସ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ଏହି ମନ୍ଦିରକୁ ନେଇ ଏକ ଧାର୍ମିକ ମାନ୍ୟତା ରହିଛି ଯେ, ଜଗନ୍ନାଥ ମନ୍ଦିରର ବିଗ୍ରହରେ ଆଜି ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୃଦୟ ରହିଛି । ଏହି ମନ୍ଦିରରେ ଅନେକ ଗୁଡ଼ିଏ ରହସ୍ୟ ରହିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ସତ୍ୟତା ମିଳି ପାରି ନାହିଁ । ଏଭଳି କିଛି ରହସ୍ୟ ମଧ୍ୟ ଅଛି, ଯାହା ବିଷୟରେ ଲୋକେ ଖୁବ କମ୍ ଜାଣିଛନ୍ତି । କିନ୍ତୁ ପୌରାଣିକ କଥାରେ ଏସବୁ ବିଷୟରେ ଉଲ୍ଲେଖ ରହିଛି ।

ମାନ୍ୟତା ଅନୁସାରେ, ହିନ୍ଦୁ ଧର୍ମରେ ଶ୍ରୀଜଗନ୍ନାଥ ମନ୍ଦିରକୁ ବୈଷ୍ଣବ ପରମ୍ପରାର ସବୁଠାରୁ ବଡ଼ ତୀର୍ତ ସ୍ଥାନ ବୋଲି କୁହାଯାଏ । ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ପୁରୀର ଏହି ମନ୍ଦିର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପଣ କରାଯାଇଛି । କିନ୍ତୁ ଏଠାରେ ତାଙ୍କ ଧାମକୁ ଶ୍ରୀଜଗନ୍ନାଥ ଧାମ ବୋଲି କୁହାଯାଏ । ହିନ୍ଦୁ ଧର୍ମ ସହ ଜଡ଼ିତ ୪ ପ୍ରମୁଖ ତୀର୍ଥ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଅତି ମନଲୋଭା । ତେବେ ମନ୍ଦିର ସହ ଜଡ଼ିତ ଅନେକ କାହାଣୀ ବର୍ଷ ବର୍ଷ ଧରି ରହସ୍ୟ ହୋଇ ରହିଛି । କୁହାଯାଏ ଯେ, ଏହି ମନ୍ଦିର ଉପର ଦେଇ କୌଣସି ବିମାନ ଉଡ଼ି ଯାଇପାରେ ନାହିଁ ଏବଂ ପକ୍ଷୀମାନେ ମଧ୍ୟ ମନ୍ଦିର ଉପରେ ଉଡ଼ିବାକୁ ଭୟ କରନ୍ତି ।

ପୁରାଣ ଅନୁସାରେ, ଭଗବାନ୍ ବିଷ୍ଣୁ ପ୍ରଥମେ ବଦ୍ରିନାଥରେ ସ୍ନାନ କରିଥିଲେ । ଏହାପରେ ଗୁଜୁରାଟରେ ସେ ନିଜ ବସ୍ତ୍ର ପରିଧାନ କରିଥିଲେ । ଏହପାରେ ଓଡ଼ିଶାର ପୁରୀଠାରେ ମହାପ୍ରଭୁ ଭୋଜନ କରିବା ପରେ ତାମିଲନାଡୁର ରାମେଶ୍ୱରମ ଠାରେ ବିଶ୍ରାମ ନେଇଥିଲେ । ତେଣୁ ଏହି ୪ଟି ସ୍ଥାନକୁ ଭାରତର ୪ ଧାମ ବୋଲି କୁହାଯାଇଛି । ତେବେ ପୁରୀ ଶ୍ରୀମନ୍ଦିରକୁ ପୃଥିବୀର ବୈକୁଣ୍ଠ ବୋଲି ମଧ୍ୟ କୁହାଯାଏ, କାରଣ ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କୁ ବିଧି ଅନୁଯାୟୀ ପୂଜା କରାଯାଇଥାଏ ।

– ବିଶ୍ୱାସ ରହିଛି ଯେ, ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ରାନ୍ଧିବା ପାଇଁ ୭ ଟି କୁଡ଼ୁଆକୁ ଗୋଟିଏ ପରେ ଗୋଟିଏ କରି ରଖାଯାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିରେ ସର୍ବ ଶୀର୍ଷରେ ରଖାଯାଇଥିବା ପାତ୍ରର ପ୍ରସାଦ ପ୍ରଥମେ ରାନ୍ଧି ହୋଇଥାଏ । ଏହି ଘଟଣା ଖୁବ ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ଏହାର କାରଣ କିମ୍ବା ରହସ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ।

– ମନ୍ଦିରରେ ଦିନ ବେଳେ ପବନ ସମୁଦ୍ରରୁ ସ୍ଥଳ ଆଡକୁ ପ୍ରବାହିତ ହୁଏ। କିନ୍ତୁ ସନ୍ଧ୍ରା ସମୟରେ ପବନ ନିଜ ଦିଗ ପରିବର୍ତ୍ତନ କରି ଭୂମିରୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ଜଗନ୍ନାଥ ମନ୍ଦିରର ଶିଖରରେ ଥିବା ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ହିଁ ଉଡ଼ୁଥାଏ ।

– ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ ୨୧୪ ଫୁଟ । ତେଣୁ ଏଠାରେ ପଶୁ ଓ ପକ୍ଷୀମାନଙ୍କର ଛାୟା ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ମନ୍ଦିରର ଶିଖରର ଛାଇ ଆଜି ପର୍ଯ୍ୟନ୍ତ କେହି ଦେଖି ପାରି ନାହାନ୍ତି । ଶ୍ରୀମନ୍ଦିରର ଛାଇ ପଡ଼େନାହିଁ ବୋଲି ମଧ୍ୟ କୁହାଯାଇଛି ।

– ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ବିମାନ ଉଡ଼ି ନାହିଁ କିମ୍ବା କୌଣସି ପକ୍ଷୀ ମଧ୍ୟ ମନ୍ଦିରର ଶିଖରରେ ବସି ନାହାଁନ୍ତି। ପୁରୀ ଶ୍ରୀମନ୍ଦିର ବ୍ୟତୀତ ଭାରତର ଅନ୍ୟ କୌଣସି ମନ୍ଦିରରେ ଏଭଳି ଦେଖାଯାଇ ନାହିଁ। ଯାହା ଏକ ରହସ୍ୟ ବୋଲି କୁହାଯାଇପାରେ ।

– ପ୍ରତ୍ୟେକ ୧୨ ବର୍ଷରେ ଶ୍ରୀ ବିଗ୍ରହମାନଙ୍କର ପ୍ରତିମା ପରିବର୍ତ୍ତନ କରାଯାଏ । ମହାପ୍ରଭୁଙ୍କ ନବକଳେବର କରାଯାଇ ପ୍ରଥମ ବିଗ୍ରହରୁ ନୂଆ ବିଗ୍ରହକୁ ତିନି ଠାକୁରଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଏ । ପୁରୁଣା ପ୍ରତିମୂର୍ତ୍ତିଙ୍କ ସ୍ଥାନରେ ଏହି ଦିନରୁ ନୂଆ ବିଗ୍ରହଙ୍କୁ ପୂଜା କରାଯାଏ । ତେବେ ଭଗବାନଙ୍କ ମୂର୍ତ୍ତି ବଦଳାଇବା ସମୟରେ ସହରର ବିଦ୍ୟୁତ୍ କାଟ ହୋଇଯାଏ ବୋଲି ଦେଖାଯାଇଛି।

Get real time updates directly on you device, subscribe now.