fbpx

ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ କାଶୀରେ ପହଞ୍ଚି ବାବା ବିଶ୍ୱନାଥଙ୍କର ଦର୍ଶନ କରିଛନ୍ତି । କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି କଥାର ସୂଚନା ଦେଇଛନ୍ତି । ହେଲେ ଅଭିଯୋଗ ଲଗାଇଛନ୍ତି ଯେ, ଆମକୁ ଶେଷ ସୁଯୋଗରେ ଆମ କ୍ୟାମେରାକୁ ମିଳିଥିବା ଅନୁମତିକୁ ବରଖାସ୍ତ କରାଯାଇଛି ।

କଂଗ୍ରେସ ଏକ୍ସର ପୋଷ୍ଟରେ କହିଛନ୍ତି ଯେ, ଆଜି ସକାଳ ୧୦.୩୦ରେ ରାହୁଲ ଗାନ୍ଧୀ କାଶୀରେ ବାବା ବିଶ୍ୱନାଥ ମନ୍ଦିରରେ ଦର୍ଶନ ଏବଂ ଅଭିଷେକ କରିଛନ୍ତି । ଶେଷ ମୂହୁର୍ତ୍ତରେ ମନ୍ଦିରକୁ ଯିବା ପାଇଁ ଆମ କ୍ୟାମେରାକୁ ମିଳିଥିବା ଅନୁମତିକୁ ବରଖାସ୍ତ କରାଯାଇଛି । ଏହି ଫଟୋକୁ ମନ୍ଦିରର କ୍ୟାମେରାପର୍ସନ ଦ୍ୱାରା ସେୟାର କରିବେ ବୋଲି ଜିଲ୍ଲା ପ୍ରଶାସନ ନିଶ୍ଚିତ କରିଛି । ସାଢେ ତିନି ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଉଦ୍ୟମ କରିବା ପରେ ମଧ୍ୟ ଫଟୋ ପ୍ରଦାନ କରାଯାଇ ନାହିଁ ।

କଂଗ୍ରେସ କହିଛି, ପୁଣି କିଛି ୭ ଟି ଫଟୋ ପଠାଯାଇଛି । ଯେଉଁଥିରେ ଗୋଟିଏ ବି ଫଟୋ ଦର୍ଶନ କରିବାର ନାହିଁ । ମନ୍ଦିରର କ୍ୟାମେରାପର୍ସନ ଦର୍ଶନ କରୁଥିବା ବେଳେ ମଧ୍ୟ ଫଟୋ ଉଠାଇଛନ୍ତି । ଏପରି କରି ବାରଣାସୀର ଜିଲ୍ଲା ପ୍ରଶାସନ ପୁଣି ଥରେ ପ୍ରମାଣ କରିଛି ଯେ, ଏହା ଦିଲ୍ଲୀରେ ବସିଥିବା ‘କ୍ୟାମେରାଜୀବି’ର ଜଣେ କର୍ମଚାରୀ ଛଡା ଆଉ କିଛି ନୁହେଁ । କଂଗ୍ରେସ ପୁଣି କହିଛି ଯେ, ଏହା ରାଜନୀତି, ଚାଟୁକାରୀତା ନୁହେଁ ।

Get real time updates directly on you device, subscribe now.