fbpx

ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ମିଳିଥାଏ ବଡ଼ ଫାଇଦା, ପୁରୁଷଙ୍କ ପାଇଁ ଏହା ରାମବାଣ

ନୂଆଦିଲ୍ଲୀ: ଖଜୁରୀ ଏପରି ଏକ ଫଳ, ଯାହା ବର୍ଷର ପ୍ରତ୍ୟେକ ଦିନ ବଜାରରେ ମିଳିଯାଏ । କିନ୍ତୁ ଦେଖାଯାଏ ଯେ, ପବିତ୍ର ରମଜାନ ମାସରେ ଖଜୁରୀକୁ ବେଶି ବ୍ୟବହୃତ କରାଯାଏ । ଖଜୁରୀରୁ ଅଧିକ ପରିମାଣର ଫାଇବର ମିଳିବା ସହିତ ଶରୀର ସହ ଜଡ଼ିତ ଅନେକ ସମସ୍ୟାର ସମାଧାର କରିଥାଏ । ତେବେ ଆସନ୍ତୁ ଜାଣିବା ଖଜୁରୀର ଫାଇଦା…

– ଚର୍ମକୁ ସୁନ୍ଦର କରିଥାଏ
ଚର୍ମକୁ ସୁନ୍ଦର କରିବାରେ ଖଜୁରୀ ସାହାଯ୍ୟ କରିଥାଏ । ଏହି ଫଳରେ ଭିଟାମିନ୍-ସି ଓ ଭିଟାମିନ୍-ଡି ମିଳିଥାଏ, ଯାହା ଚର୍ମକୁ କୋମଳ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ବୟସ ସହିତ ଘଟୁଥିବା ଚର୍ମ ସମସ୍ୟାକୁ ମଧ୍ୟ ରୋକିଥାଏ ଖଜୁରୀ ।

– ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ହଜମ ପ୍ରକ୍ରିୟାରେ ସୁସ୍ଥ ରଖିଥାଏ ଖଜୁରୀ । ଖଜୁରୀରେ ଅଧିକ ପରିମାଣର ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଏହା ସହିତ ଖଜୁରୀ ଦୈନନ୍ଦିନ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ବ୍ରେନକୁ ସୁସ୍ଥ ରଖିବାକୁ ଖଜୁରୀ କାମ କରିଥାଏ ।

-ହୃଦୟକୁ ସୁସ୍ଥ ରଖିଥାଏ
ଖଜୁରୀ ହାର୍ଟ ହେଲଥକୁ ସୁସ୍ଥ ରଖିଥାଏ । ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଖଜୁରୀରେ ମିଳିଥାଏ, ଯାହା ହାର୍ଟ ୱାଲରେ ଚର୍ବି ଜମା ହେବାକୁ ଦେଇ ନଥାଏ । ଫଳରେ ହାର୍ଟ ଆଟାକର ବିପଦକୁ କମ୍ କରିବା ସହିତ ହାର୍ଟ ସହିତ ଜଡ଼ିତ ରୋଗକୁ ଦୂରେଇ ଥାଏ ଖଜୁରୀ ।

-ପୁରୁଷଙ୍କ ପାଇଁ ଫାଇଦା
ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟାମିନା ରଖିବାକୁ ପୁରୁଷମାନେ ଖଜୁରୀ ଖାଇଥାନ୍ତି । ଅନେକ ରିସର୍ଚ୍ଚରେ କୁହାଯାଇଛି ଯେ, ଖଜୁରୀ ପୁରୁଷମାନଙ୍କର ଷ୍ଟାମିନା ବଢ଼ାଇଥାଏ ।ଏହା ସହିତ ଖଜୁରୀରେ ଓ ମିଳିଥାଏ, ଯାହାକି ସ୍ପର୍ମ କାଉଣ୍ଟକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.