fbpx

ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ୧୦ମ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କାରଣ

Advertisement

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ୧ ଜାନୁଆରୀରେ ଆସିଯିବ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୯ମ କିସ୍ତି ପଠାସରିଛି । ଚାଷୀଙ୍କ ରୋଜଗାର ବଢ଼ାଇବା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ସରକାର ବାର୍ଷିକ ୨୦୦୦ ଟଙ୍କାର ୩ଟି କିସ୍ତି ପଠାଉଛନ୍ତି । କିନ୍ତୁ ଅନେକ ଥର ଆବେଦନ ହୋଇଥିବା ଭୁଲ ଯୋଗୁଁ ଚାଷୀଙ୍କ କିସ୍ତି ବନ୍ଦ ହୋଇଯାଏ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ନିକଟକୁ କୋଟି କୋଟି ଆବେଦନ ଆସିଛି । କିନ୍ତୁ ସେଥିରେ ଅନେକ ତ୍ରୁଟି ରହିଛି, ଯେଉଁ କାରଣରୁ ଚାଷୀଙ୍କ କିସ୍ତି ଅଟକିଯାଉଛି । ଏଥିରେ ବ୍ୟାଙ୍କ ଡିଟେଲ୍ସରୁ ନେଇ ଟାଇପିଂ ମିସଟେକ୍ ଭଳି ଭୁଲ ହେଉଛି ।

ଚାଷୀମାନେ ଫର୍ମ ପୂରଣ କରିବାବେଳେ ନିଜ ନାମ ଇଂରାଜୀରେ ଲେଖନ୍ତୁ । ଯେଉଁ ଚାଷୀଙ୍କ ନାମ ଆବେଦନରେ ହିନ୍ଦୀରେ ରହିଛି, ସେମାନେ ଏହାକୁ ଇଂରାଜୀରେ କରିବା ଉଚିତ୍ । ଯଦି ଆବେଦନପତ୍ରରେ ନାମ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆବେଦନକାରୀଙ୍କ ନାମ ଅଲଗା, ତେବେ ଆପଣଙ୍କ ଟଙ୍କା ଅଟକି ଯାଇପାରେ । ଏହା ବ୍ୟତୀତ ବ୍ୟାଙ୍କର ଆଇଏଫସି କୋଡ୍, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଗାଁ ନାମ ଲେଖିବାରେ ତ୍ରୁଟି ଥିଲେ ମଧ୍ୟ ଆପଣଙ୍କ କିସ୍ତି ଆକାଉଣ୍ଟକୁ ଆସିବ ନାହିଁ ।

ଭୁଲଗୁଡ଼ିକୁ କିପରି ସୁଧାରିବେ?
୧. ରେଜିଷ୍ଟ୍ରେସନ ସମୟରେ କରାଯାଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରିବାକୁ ପ୍ରଥମେ ଆପଣ ୱେବସାଇଟ୍ pmkisan.gov.inକୁ ଯାଆନ୍ତୁ ।
୨. ବର୍ତ୍ତମାନ ‘Farmers Corner’ ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
୩. ଏଠାରେ ଆପଣ ‘Aadhaar Edit’ର ବିକଳ୍ପ ଦେଖିବେ, ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବରରେ ସଂଶୋଧନ କରିପାରିବେ ।
୪. ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ୍ କରିଛନ୍ତି, ତେବେ ଏହାକୁ ସଂଶୋଧନ କରିବା ପାଇଁ ଆପଣଙ୍କୁ କୃଷି ବିଭାଗ କାର୍ଯ୍ୟାଳୟ କିମ୍ବା ଆକାଉଣ୍ଟାଣ୍ଟଙ୍କ ସହ ଯୋଗାଯୋଗ କରିବାକୁ ପଡିବ ।

Get real time updates directly on you device, subscribe now.