fbpx

ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ଏହି ପାଞ୍ଚଟି ଦେଶ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଭାବେ ଆମେରିକା, ଫ୍ରାନ୍ସ, ଚୀନ୍, ବ୍ରିଟେନ ଏବଂ ଋଷ ରହିଥିଲେ। ଏହି ସ୍ଥାୟୀ ସଦସ୍ୟମାନଙ୍କ ବ୍ୟତୀତ ଅସ୍ଥାୟୀ ସଦସ୍ୟମାନେ ମଧ୍ୟ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ଆଲଜେରିଆ, ଗୁଇନା, ଦ. କୋରିଆ, ସିଏରା ଲିଓ ଏବଂ ସ୍ଲୋଭେନିଆକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ମନୋନୀତ କରିଛି। ୨୦୨୪ ଜାନୁଆରୀ ୧ରୁ ଦୁଇ ବର୍ଷ ପାଇଁ ସେମାନଙ୍କ କାର୍ୟ୍ୟକାଳ ଆରମ୍ଭ ହେବ । ମିଳିତ ଜାତିସଂଘର ସାଧାରଣ ଆସେମ୍ବଲିରେ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଦିନ ଏହି ସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି । ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ସିସବା କୋରୋସି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.