fbpx

ଭୁଲରେ ବି ଏହି ଲୋକମାନେ ଖାଆନ୍ତୁ ନାହିଁ ଟମାଟୋ, କରିବାକୁ ପଡ଼ିପାରେ ଅନୁତାପ

ସବୁ ପନିପରିବା ସହ ସାଲାଡ ପ୍ରସ୍ତୁତ ବେଳେ ଟକାଟୋକୁ ବ୍ୟବହାର କରାଯାଇଥାଏ । ଟମାଟୋ ସବୁ ଋତୁରେ ଅତି ସହଜରେ ମିଳିଯାଇଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯେପରିକି କ୍ୟାଲସିୟମ୍, ଭିଟାମିନ୍ ସି, ଫସଫରସ୍ ଇତ୍ୟାଦି ମିଳିଥାଏ, ଯାହା ରୋଗ ସହିତ ଲଢ଼ିବା ପାଇଁ ଶରୀରକୁ ଶକ୍ତିଶାଳୀ କରିଥାଏ । ଯଦିଓ ଆପଣ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଟମାଟୋ ଖାଉଛନ୍ତି, କିନ୍ତି କିଛି ରୋଗ ରହିଛି ଯେଉଁଥିରେ ଆପଣଙ୍କୁ ଟମାଟୋ ସେବନ କରିବା ଉଚିତ୍ ନୁହେଁ । କେଉଁ ଲୋକମାନେ ଟମାଟୋ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା…

କିଡନୀ ଷ୍ଟୋନର ସମସ୍ୟା:-
ଯଦି ଆପଣଙ୍କର କିଡନୀ ରୋଗ ଅଛି, ତେବେ ଆଦୌ ଟମାଟୋ ଖାଆନ୍ତୁ ନାହିଁ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଟମାଟୋ ଅତ୍ୟଧିକ ଖାଇବା ଦ୍ୱାରା କିଡନୀ ଷ୍ଟୋନର ଆଶଙ୍କା ବଢ଼ିଯାଇଥାଏ । ଟମାଟୋରେ କ୍ୟାଲସିୟମ୍ ଅକ୍ସାଇଡ୍ ଥାଏ, ଯାହା କିଡନୀ ଷ୍ଟୋନର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ଯଦି ଆପଣଙ୍କୁ କିଡନୀ ଷ୍ଟୋନର ଲକ୍ଷଣ ଦେଖାଯାଏ, ତେବେ ଟମାଟୋ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ୍ ।

ଗଣ୍ଠି ଯନ୍ତ୍ରଣା :-
ଯଦି ଆପଣଙ୍କର ଗଣ୍ଠିରେ ଯନ୍ତ୍ରଣା ହେଉଛି, ତେବେ ଟମାଟୋ ଖାଇବା କ୍ଷତିକାରକ ହୋଇପାରେ । ଯେଉଁମାନଙ୍କର ଗଣ୍ଠିରେ ଯନ୍ତ୍ରଣା ହେଉଛି, ସେମାନେ ଟମାଟୋ ଖାଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କ ସମସ୍ୟାକୁ ବଢ଼ାଇପାରେ ।

ଡାଇରିଆ:-
ଡାଇରିଆ ସମସ୍ୟା ହେଲେ ଟମାଟୋ ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ଡାଇରିଆରେ ଟମାଟୋ ଖାଇବା ଦ୍ୱାରା ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ । ଟମାଟୋରେ ସାଲମୋନେଲା ନାମକ ଏକ ବ୍ୟାକ୍ଟେରିଆ ରହିଛି, ଯାହା ଡାଇରିଆ ସମସ୍ୟାକୁ ବଢ଼ାଇଥାଏ । ସେଥିପାଇଁ ଆପଣଙ୍କୁ ଟମାଟୋ ନଖାଇବା ଉଚିତ୍ ।

Get real time updates directly on you device, subscribe now.