fbpx

ରୋବଟ ଛେଳି: ଓଜନ ବୋହିବାର କ୍ଷମତା ୧ କ୍ୱିଣ୍ଟାଲରୁ ଅଧିକ

ଆଜିକାଲି ବୈଜ୍ଞାନିକ ଯୁଗରେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରୁଛି । ବିଜ୍ଞାନର ଅଗ୍ରଗତିରେ ଲୋକେ ଏହି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃତ୍ରିମ ଉପାୟରେ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାରେ ସକ୍ଷମ ହେଉଛି । ଆପଣ ରୋବଟକୁ ନେଇ ସିନେମାଠୁ ଆରମ୍ଭ କରି ଏହା ବିଷୟରେ ନିଶ୍ଚେ ଅବଗତ ଥିବେ । ରୋବଟ ଦ୍ୱାରା ବହୁତ କାର୍ଯ୍ୟ ହେବାର ବି ଜାଣିଥିବେ । ଆଜି ମଧ୍ୟ ରୋବଟକୁ ନେଇ ଆମେ ଆପଣଙ୍କୁ ସୂଚନା ଦେବାକୁ ଯାଉଛୁ । ଏହା ହେଉଛି ଏକ ରୋବଟ ଛେଳି ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ନିର୍ମିତ ଏହା ଅବିକଳ ଛେଳି ଭଳି ଦିଶୁଛି । ଆଉ ଚାଲୁଛି ବି, ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରୁଛି । ଆଉ ବିଜ୍ଞାନର ଅଗ୍ରଗତି ଆମକୁ ଏଭଳି  ଜିନିଷ ସହ ପରିଚିତ କରାଯାଇଛି । ଏହି କୁତ୍ରିମି ପଦ୍ଧତିଟି ଅନେକ କିଛି କରିପାରୁଛ, ଯାହା ମଣିଷ କରିପାରେ । ଜାପାନୀଜ୍ ଟେକ କମ୍ପାନୀ କାୱାସାକୀ ଏହି ନୂଆ ଆବିସ୍କାରକୁ ୨୦୨୨ରେ ଅନ୍ତରାଷ୍ଟ୍ରୀୟ ରୋବର୍ଟ ପ୍ରଦର୍ଶନୀରେ ପ୍ରଦର୍ଶନ କରିଛନ୍ତି । ଏହି ବେକ୍ସ ନାମକ ରୋବର୍ଟ ଗୋଟ୍ର ଉଦ୍ଭାବନ ଲୋକଙ୍କୁ ଖୁବ ଆକର୍ଷିତ କରିଛି ।  ଏହି ରୋବର୍ଟ ଛେଳି କେବଳ ସାଧାରଣ ଛେଳି ଭଳି ନୁହେଁ ଏହା ଖୁବ୍ ଶକ୍ତିଶାଳୀ ମଧ୍ୟ ଆଉ ୟୁରେସିଆ ଏବଂ ଆଫ୍ରିକାରେ ଦେଖାଯାଉଥିବା ଛେଳି ମାନଙ୍କ ନାମାନୁସାରେ ଏହାକର ନାମକରଣ ଆଇବେକ୍ସ ରଖାଯାଇଛି ।

ଏହି ରୋବୋଟିକ୍ ଛେଳି ନିଜ ଉପରେ ପ୍ରାୟ ୧ କ୍ୱିଣ୍ଟାଲ ଓଜନ ବହନ କରିପାରିବ  । ଏହାର ଉପର ଅଂଶ ମଡ୍ୟୁଲାର୍ ଅଟେ  । ଯେହେତୁ ଆଇବେକ୍ସ ଛେଳିଗୁଡିକ ପର୍ବତ ଉପରକୁ ଚଢ଼ିବା ଏବଂ ଓହ୍ଲାଇବାର କ୍ଷମତା ପାଇଁ ଜଣାଶୁଣା, ତେଣୁ ବକ୍ସ ରୋବଟ ଛେଳି ମଧ୍ୟ ଏହିଭଳି କ୍ଷମତା ରହିଛି । ତେବେ ଏହା ପ୍ରକୃତ ଛେଳି ପରି ଚତୁର ନୁହେଁ । ଏହି ରବୋଟିକ ଛେଳି କେବଳ ଚାଲିପାରିବ । ତେବେ ଏହା ବିଶ୍ୱର ପ୍ରଥମ ରୋବଟ ଗୋଟ । ଏଥିପାଇଁ ଲୋକେ ଏହାକୁ  ଖୁବ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.