fbpx

ଏହିସବୁ କାମରୁ ନିଜକୁ ଏବଂ ପାର୍ଟନରଙ୍କୁ ରଖନ୍ତୁ ଦୂରରେ: ନଚେତ ଭାଙ୍ଗିପାରେ ସୁନ୍ଦର ସମ୍ପର୍କ

ବିଶ୍ୱାସ ଏବଂ ଭରସାର ମୂଳଦୁଆରେ ଗଢିଉଠେ ସୁନ୍ଦର ଆଉ ମଜବୁତ ସମ୍ପର୍କ । ପ୍ରେମ, ଭଲ ପାଇବା ଆଉ ସପୋର୍ଟକୁ ନେଇ ଗଢା ହୋଇଥାଏ ସମ୍ପର୍କର ସୂତାଖିଅ, ଯାହା ବହୁତ ପତଳା । ସାମାନ୍ୟ କିଛି ଭୁଲ ବୁଝାମଣା, ସାମାନ୍ୟ ଟିକିଏ ରାଗ ରୁଷା ପାଇଁ ଭାଙ୍ଗି ଯାଏ ବର୍ଷ ବର୍ଷର ଅତୁଟ ସମ୍ପର୍କ । ଅଲଗା ହୋଇ ଯାଆନ୍ତି ପ୍ରେମ ପକ୍ଷୀ । ତା ସହିତ ଭାଙ୍ଗିଯାଏ ଅନେକ ସ୍ୱପ୍ନ, ଅନେକ ଆଶା । ଏମିତି କି କିଛି ଫୁଲ ମଧ୍ୟ ଅକାଳରେ ଝରି ପଡନ୍ତି । ସେଥିପାଇଁ ସମ୍ପର୍କରେ ବିଶ୍ୱାସ ଆଉ ଭରସା ରହିବା ନିହାତି ଆବଶ୍ୟକ ।

କିନ୍ତୁ ଏବେ ସମ୍ପର୍କରେ ସେହି ବିଶ୍ୱାସ କି ସେ ଭରସା ଦେଖିବାକୁ ମିଳୁନାହିଁ । ଅତି ସହଜରେ ସମ୍ପର୍କରେ ସନ୍ଦେହ, ଅହଙ୍କାର ଏବଂ ସ୍ୱାର୍ଥପରତା ଭଳି ଆଚରଣ ପଶି ଆସୁଛି । ଯାହା ସମ୍ପର୍କର ମୂଳଦୁଆକୁ ଭାଙ୍ଗିଦିଏ । ଅଧିକାଂଶ କ୍ଷେତ୍ରରେ ଜଣେ ପାର୍ଟନର ଅନ୍ୟ ଜଣଙ୍କୁ ସହଜରେ ଧୋକା ଦେଇ ଦିଅନ୍ତି ଯାହାକୁ ନେଇ ଅନ୍ୟ ଜଣେ ପାର୍ଟନର କେବେ ଆଶା କରି ନଥାଏ । କିନ୍ତୁ ଯେତେବେଳେ ସତ୍ୟତା ପ୍ରକଟ ହୁଏ ନିଜକୁ ବେସାହାରା, ଏକାକୀ ଆଉ ଦୁର୍ବଳ ଅନୁଭବ କରେ ସେ । ମ।।ନସିକ ସ୍ତରରେ ମଧ୍ୟ ଖୁବ ଦୁର୍ବଳ ହୋଇଯାଏ । ଏମିତି ସମୟରେ ଅନେକ ଲୋକ ଭୁଲ ନିଷ୍ପତ୍ତି ନେଇଥାଆନ୍ତି । ନିଜକୁ ଶେଷ କରି ଦେବା ଭଳି ନିଷ୍ପତ୍ତିକୁ ଶେଷ ବିକଳ୍ପ ଭାବେ ବାଛି ନିଅନ୍ତି । ତେଣୁ ଆପଣଙ୍କର ଟିକିଏ ଭୁଲରେ କେବଳ ଯେ ଗୋଟିଏ ସୁନ୍ଦର ସମ୍ପର୍କ ନଷ୍ଟ ହୁଏ ତା ନୁହେଁ । ଗୋଟିଏ ହସଖୁସିରେ ଭରା ଜୀବନ କିମ୍ବା ଗୋଟିଏ ସ୍ନେହଭରା ପରିବାର ମଧ୍ୟ ନଷ୍ଟ ହୋଇଯାଇପାରେ ।

ସମ୍ପର୍କ ନଷ୍ଟ ହେବାର ଆଉ ଏକ ବଡ କାରଣ ହେଉଛି ଯଦି କେହି ତୃତୀୟ ବ୍ୟକ୍ତି ଆପଣଙ୍କ ସମ୍ପର୍କରେ ମଝିରେ ଆସୁଛି । ତୃତୀୟ ବ୍ୟକ୍ତି ସମ୍ପର୍କ ମଝିରେ ପଶିଲେ ସମସ୍ୟା କେବେ ବି ସମାଦାନ ହୁଏନାହିଁ, ବରଂ ସମସ୍ୟା ଦୁଇ ଗୁଣ ବଢିଯାଏ । ତେଣୁ ଯଦି ଆପଣଙ୍କ ମନରେ ନିଜ ପାର୍ଟନରଙ୍କ ପ୍ରତି କୌଣସି ସନ୍ଦେହ ଉପୁଜୁଛି କିମ୍ବା କୌଣସି ଦ୍ୱନ୍ଦ୍ୱ ସୃଷ୍ଟ ହେଉଛି ତେବେ ଉଭୟଙ୍କ ମଧ୍ୟରେ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ । କିନ୍ତୁ ସେହି ଗୋଟିଏ ଛୋଟିଆ ସମସ୍ୟାକୁ ବଡ କରି ସମ୍ପର୍କ ଏବଂ ପରିବାର କିମ୍ବା ଭବିଷ୍ୟତ ନଷ୍ଟ ନ କରି ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ତୃତୀୟ ବ୍ୟକ୍ତିଙ୍କୁ ନିଜ ସମ୍ପର୍କ ମଝିରେ ଆଣିବାଠୁ ଦୂରେଇ ରଖନ୍ତୁ । ତେଣୁ ଉଭୟଙ୍କ ଉପରେ ଭରଷା ବିଶ୍ୱାସ ରଖି ଏକାଠି ହୋଇ ସମ୍ପର୍କକୁ ମଜବୁତ କରି ଗଢି ତୋଳିବା ପାଇଁ ଉଦ୍ୟମ କରନ୍ତୁ । ଜୀବନକୁ ସରସ ଆଉ ସୁନ୍ଦର କରନ୍ତୁ ।

Get real time updates directly on you device, subscribe now.