ଏ ମାୟାବିନୀମାନେ ମତୁଆଲା କରନ୍ତି, କିଏ କେତେ ହଟ୍ ବୋଲ୍ଡ ଓ ସୁନ୍ଦରୀ, ଜାଣନ୍ତୁ ବିଶ୍ୱର ଟପ୍ 10 ରୂପମତୀ ଅଭିନେତ୍ରୀଙ୍କ …

ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀ।

ଓଡିଶା ଭାସ୍କର: ସୁନ୍ଦରତାର ସେମାନେ ଗନ୍ତାଘର । ନିଜର ସୌନ୍ଦର୍ଯ୍ୟରେ  ଓ ଅଭିନୟରେ ଏମାନେ ସାରା ବିଶ୍ୱର ଦର୍ଶକଙ୍କୁ ମତୁଆଲା କରନ୍ତି । ଏହିକ୍ରମରେ ସୁନ୍ଦରୀଙ୍କୁ ନେଇ ଏକ ତାଲିକା ପ୍ରକାଶ ପାଇଛି । ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ତାଲିକା ପ୍ରକାଶ କରିଛି IMDB । ଏଥିରେ ପ୍ରତ୍ୟେକ ଦେଶର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସ୍ଥାନ ପାଇଛନ୍ତି । ଯିଏକି କେବଳ ସୁନ୍ଦର ନୁହଁନ୍ତି ବରଂ ତାଙ୍କ କ୍ୟାରିଅରରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଆସନ୍ତୁ ଜାଣିବା ଏହି ଲିଷ୍ଟରେ ଭାରତର କେଉଁ ଅଭିନେତ୍ରୀଙ୍କ ନାମ ରହିଛି ସାମିଲ….

ଏହି ତାଲିକାରେ ଭାରତକୁ କେବଳ ଜଣେ ବଲିଉଡ୍ ଅଭିନେତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ନାଁ ହେଉଛି କୃତି ସାନନ୍ । ଏହି ତାଲିକାରେ କୃତିଙ୍କ ନାଁ ଚତୁର୍ଥ ସ୍ଥାନରେ ଅଛି। ନିକଟରେ କୃତି ସାନନ୍ କମେଡି-ଡ୍ରାମା ଫିଲ୍ମ ‘ମିମି’ରେ ସରୋଗେଟ୍ ମଦର ଭୂମିକାରେ ନଜର ଆସିଥିଲେ । ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବେଷ୍ଟ ଅଭିନେତ୍ରୀର ନ୍ୟାସନାଲ୍‌ ଆଓ୍ବାର୍ଡ ପାଇଛନ୍ତି।

ଅଧିକ ଖବର….

ଗଗନଚୁମ୍ୱୀ ଛକା ଓ ଚୌକାରେ ଦୁର୍ଦ୍ଦଶ ବ୍ୟାଟର ଭାଙ୍ଗିଦଲେ ଟି-20 ର ସବୁ ରେକର୍ଡ, ବିଶ୍ୱ ଦେଖି କାବା…

ଏହି ଲିଷ୍ଟରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ନାଁ ସାମିଲ ରହିଛି ।  ଆଶ୍ଚର୍ୟ୍ୟଜନକ କଥା ହେଉଛି ତାଙ୍କ ନାଁ କୃତି ସାନନ୍ଙ୍କ ପୂର୍ବରୁ ଅଛି । କୃତି ଚତୁର୍ଥ ସ୍ଥାନରେ ଥିବା ବେଳେ ହାନିଆ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ୨୦୨୫ର ଶ୍ରେଷ୍ଠ ୧୦ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଆମେରିକାର ମୈକେନା ଗ୍ରେସ୍ ରହିଛନ୍ତି । ସେହିପରି ୨ୟ ସ୍ଥାନରେ ଆମେରିକାର ଜୁଲିଆ ବଟର୍ସ, ୩ୟ ସ୍ଥାନରେ ପାକିସ୍ତାନର ହାନିଆ ଆମୀର, ୪ର୍ଥରେ ଭାରତର କ୍ରିତି ସାନନ୍ ରହିଛନ୍ତି ।

ସେହିପରି ୫ମରେ ଦକ୍ଷିଣ କୋରିଆର ନାନସୀ ମ୍ୟାକଡୋନ୍, ଷଷ୍ଠରେ ଚୀନର ଦିଲରବା ଦିଲମୁରାତ, ୭ମରେ ଆମେରିକାର ଶୈଲେନ୍‌ ବୁଡଲି, ୮ମରେ ଅଷ୍ଟ୍ରେଲିଆରେ ମାର୍ଗୋଟ ରୋବି,  ୯ମରେ କ୍ୟୁବା ବା ସ୍ପେନର ଏନା ଡେ ଅର୍ମାସ୍ ଏବଂ ୧୦ମରେ ବ୍ରିଟେନର ଏମା ୱାଟସନ ରହିଛନ୍ତି ।