fbpx

(Video) ଚୋରର ବୁଦ୍ଧିକୁ ମାନିବାକୁ ପଡ଼ିବ: ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲା, ଅଳଙ୍କାର ଲୁଟିଲା, ଶେଷରେ ଧରାପଡ଼ି ପ୍ରବଳ ମାଡ଼ ଖାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାଘର ସମୟରେ ଉଭୟର ବରପକ୍ଷ ଓ କନ୍ୟାପକ୍ଷର ଲୋକମାନେ ବହୁ ବ୍ୟସ୍ତରେ ରହିଥାନ୍ତି । ତେଣୁ ଏଭଳି ବ୍ୟସ୍ତବହୁଳ ଓ ଗହଳିର ସୁଯୋଗ ନେଇ ଚୋରମାନେ ସେମାନଙ୍କର କାମ ଆରମ୍ଭ କରିଦେଇଥାନ୍ତି । କନିଆ ପାଇଁ କିଣାଯାଇଥିବା ସୁନା, ରୁପା ଅଳଙ୍କାର ଆଉ ଟଙ୍କାକୁ ହଡ଼ପ କରିନେଇଥାନ୍ତି କିଛି ଚୋର । ଏଭଳି ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଏକ ଚୋରର କାରନାମା ପଦାକୁ ଆସିଛି ।

ଖବର ମୁତାବକ, କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଘଟଣ । ଗୋଟିଏ ଚୋର ବରଯାତ୍ରୀ ବେଶରେ ଆସି ଅଳଙ୍କାର ଲୁଟି ନେଇଥିଲା । ଏଥିସହିତ ତା’ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ମଧ୍ୟ ପୋଲିସ ଜବତ କରିଛି । ତେବେ ଧରାପଡ଼ିବା ପରେ ଚୋରଟି ନିର୍ଧୂମ ଛେଚା ଖାଇଥିଲା । ଚୋରଟି ପ୍ରଥମେ ବରଯାତ୍ରୀଙ୍କ ସହ ଆସିଥିଲା । ତା’ପରେ ସେ ଖିଆପିଆ କରିଥିଲା । ଗୋଟିଏ ପଟେ ବାହାଘର ଚାଲିଥିବା ବେଳେ ଅନ୍ୟପଟେ ଚୋରଟି ଘରେ ପଶି ଅଳଙ୍କାର ଲୁଟି ନେଇଥିଲା । ଏହାପରେ ସନ୍ଦେହ ହେବାରୁ ଚୋରକୁ ଖୋଜିବା ସମୟରେ ସେ ଫେରାର ହୋଇଯାଇଥିଲା । ଏହାପରେ ଗାଁର ଏକ ବୁଦା ଭିତରୁ ତାକୁ ଖୋଜି ବାହାର କରାଯାଇଥିଲା । ଏହାପରେ ପଚରାଉଚରା କରିବା ପରେ ସେ ସମସ୍ତ ଚୋରି ଜିନିଷ ଫେରାଇଥିଲା ଓ ଚୋରି କରିଥିବା ସ୍ୱୀକାର କରିଥିଲା । ଏହାପରେ ଚୋର ନାଁରେ ଥାନାରେ ଏକ ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.