fbpx

ଚୋର ନେଇଗଲା କୋହଲିଙ୍କ ନୂଆ ଫୋନ୍: ୟୁଜର୍ସ ଲେଖିଲେ- ‘ଫୋନ୍ ମୋ ପାଖରେ ଅଛି, କିନ୍ତୁ ଏବେ ଦେବିନି…’

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲିଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖଦ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କୋହଲିଙ୍କର ଫୋନ୍ ଚୋରି ହୋଇ ଯାଇଛି । ଗୋଟିଏ ପଟେ ଅଷ୍ଟ୍ରେଲିଆ ବିପକ୍ଷରେ କଡ଼ା ମୁକାବିଲା ପାଇଁ ଘରୋଇ ଦଳ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ କୋହଲିଙ୍କ ଟ୍ୱିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏନେଇ କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ‘ଆପଣ ଯଦି ନୂଆ ଫୋନକୁ ଖୋଲିବା ପୂର୍ବରୁ ହଜାଇଦେବେ, ତେବେ ଏହା ବହୁତ ଦୁଃଖ ଦେଇଥାଏ । କେହି ଏହାକୁ ଦେଖିଛନ୍ତି କି?’ ତେବେ କୋହଲିଙ୍କ ଏହି ଫୋନ ହଜିବା ଘଟଣାକୁ ଅଧିକାଂଶ ୟୁଜର୍ସ ବିଜ୍ଞାପନ ପରି ଗ୍ରହଣ କରିଛନ୍ତି । କିଛି ୟୁଜର୍ସଙ୍କୁ ଏନେଇ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଭାଇ, ଯଦିଓ ଆପଣଙ୍କ ଫୋନ୍ ହଜି ଯାଇଛି, ତେବେ ଅଷ୍ଟ୍ରେଲିଆକୁ ଧୂଲାଈ କରିବା ଜମାରୁ ଭୁଲନ୍ତୁ ନାହିଁ ।’

ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଗୋଟିଏ ନୂଆ ଫୋନ୍ କିଣି ନିଅନ୍ତୁ, ଆପଣଙ୍କ ପାଖରେ କଣ ଅର୍ଥର ଅଭାବ ଅଛି କି?’ ସେହିପରି ଖାଦ୍ୟ ବିତରଣକାରୀ କମ୍ପାନୀ ଜୋମାଟୋ ପକ୍ଷରୁ ଏକ ମଜାଳିଆ କମେଣ୍ଟ କରାଯାଇଛି । ଫ୍ରି ହେଲେ ଭାଉଜଙ୍କ ଫୋନରୁ ଆଇସିକ୍ରିମ ଅର୍ଡର କରିବ ବୋଲି ଜୋମାଟୋ ପକ୍ଷରୁ କମେଣ୍ଟ କରାଯାଇଛି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ମୁଁ ପାଇଛି, ମାତ୍ର ମୁଁ ମ୍ୟାଚ ସରିବା ପରେ ତୁମକୁ ଦେବି ।’

Get real time updates directly on you device, subscribe now.