fbpx

ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାବେଳେ ଏହି ହଲିଉଡ ଷ୍ଟାରଙ୍କର ବିଏମଡବ୍ଲୁ କାର ସହିତ ୧ କୋଟି ଟଙ୍କାର ଜିନିଷ ନେଇଗଲା ଚୋର

ନୂଆଦିଲ୍ଲୀ: ହଲିଉଡ଼ ଫିଲ୍ମ​‌ରେ ରୋମାଞ୍ଚଭରା ଷ୍ଟଣ୍ଟ କରି ସମସ୍ତଙ୍କର ହୋସ୍ ଉଡାଉଥିବା ହଲିଉଡ ଷ୍ଟାର ଟମ୍ କ୍ରୁଜ ସମସ୍ୟା ବଢିଛି । ବିଏମଡବ୍ଲୁ କାର ସହିତ ତା’ ଭିତରେ ଥିବା ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ଉଡାଇ ନେଇଛି ଚୋର । ସେ ଫିଲ୍ମ ସୁଟିଂ ରେ ବ୍ୟସ୍ତ ଥିବା ସମୟରେ ଏପରି ଭାବରେ ଚୋରି ହୋଇଥିବା ଜଣାପଡିଛି । ଟମ୍ କ୍ରୁଜ୍ ଏବେ ନିଜର ଆଗାମୀ ଫିଲ୍ମ ”mission imposible-7″ ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରିପୋର୍ଟ ଅନୁସାରେ, ହାଇଟେକ୍‌ ଚୋରଟି କି-ଲେସ୍ ଏଣ୍ଟ୍ରି ଥିବା କାରର ଇଗ୍ରିସ୍ ଫୋଗ୍ ସିଗନାଲକୁ କ୍ଲୋନ କରିବା ପାଇଁ ସ୍କାନର ବ୍ୟବହାର କରିଥିଲା। କାର ବର୍ମିଂଧମରେ ଗ୍ରାଣ୍ଡ ହୋଟେଲ ବାହାରେ ଥିଲା। ଏହି ସମୟରେ ଟମ୍ କ୍ରୁଜ୍ ଫିଲ୍ମ ସୁଟିଂ କରୁଥିଲେ । ଏହି ମାମଲାରେ ପୋଲିସ କାର ଜବତ କରିନେଇଛି । ହେଲେ କାର ଭିତରେ ଥିବା ୧ କୋଟି ଟଙ୍କାର ଜିନିଷ ଚୋର ନେଇଯାଇଛି । ତାଙ୍କ ଗାଡିରୁ ଚୋରି ହେବାପରେ ଟମ୍ କ୍ରୁଜ ନିଜ ବଡିଗାର୍ଡଙ୍କ ଉପରେ ଖୁବ୍ ରାଗି ଯାଇଥିଲେ। ଏତେ ବଡ ହୋଟେଲ ସାମନାରୁ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଚୋର କିପରି କାର ସହିତ ଜିନିଷ ଚୋରି କରିନେଲା ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Get real time updates directly on you device, subscribe now.