fbpx
BSKY SKY
BSKY SKY

ଦିଲ୍ଲୀରେ ପୁଣି ଅଳଙ୍କାର ଦୋକାନରୁ ଲୁଟ, ଲକ୍ଷ ଲକ୍ଷ ଟଙ୍କାର ଗହଣା ଲୁଟିଲେ ଚୋର

BSKY

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଦିନ ଦ୍ୱିପହରରେ ଏକ ଗହଣା ଦୋକାନରୁ ଲୁଟ ହୋଇଥିଲା । ରୋହିଣୀ ବିଜୟ ବିହାରରେ ଦିନରେ ଲୁଟ ହୋଇଥିଲା । ପୋଲିସର କହିବା ଅନୁସାରେ ଏଠାରେ ୩ ଜଣ ଚୋର ଏକା ସାଙ୍ଗରେ ଦୋକାନ ମଧ୍ୟକୁ ପଶିଥିଲେ ଏବଂ ୫୨ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ କରିଥିଲେ । ଏହା ପରେ ଯେଉଁ ଲୁଟ ହୋଇଛି ସେଥିରେ ପାଖାପାଖି ୪୮୦ ଗ୍ରାମର ଗୋଲ୍ଡ ଲୁଟ ହୋଇଛି । ଏହି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଏହି ଚୋରମାନେ ଚୋରି କରୁଥିବା ସମୟର ଭିଡିଓ କଏଦ ହୋଇଛି । ଏହି ଚୋରମାନେ ଚୋରି କରିବା ପରେ ୩ ରାଉଣ୍ଡ ଫାୟାରିଙ୍ଗ ମଧ୍ୟ କରିଥିଲେ ।

ଏବେ ଏହାର ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମୟପୁର ବାଦଲି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସର କହିବା ଅନୁସାରେ ଏହା ଏହି ଦୋନାକ ଭିତରେ କାମ କରୁଥିବା ଲୋକଙ୍କ କାର୍ଯ୍ୟକଳାପ ହୋଇପାରେ ବୋଲି ପୋଲିସ ସଦେହ କରୁଛି । ଏହାର ତଦନ୍ତ ପୋଲିସ ସହିତ ସ୍ପେସାଲ ଷ୍ଟାଫ ମଧ୍ୟ କରୁଛନ୍ତି । ପୋଲିସ କହିବା ଅନୁସାରେ ଏହି ଘଟଣା ଗତ କାଲି ଘଟିଛି । ଏହି ଘଟଣା ଲିବାସପୁର ଲେବର ଛକରେ ଏହି ଘଟଣା ଘଟିଛି । ଏହି ଅଳଙ୍କାର ଦୋକାନର ନାମ ହେଉଛି “ ଶ୍ରୀରାମ ଜ୍ୱଲେରୀ” । ଏହି ଘଟଣା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଦୋକାନରୁ ଲୁଟ ହେବା ସମୟରେ ଦୋକାନରେ ୫ ଜଣ ଲୋକ ଉପସ୍ଥିତ ଥିଲେ । ଚୋରମମାନେ ହେଲମେଟ ପିନ୍ଧି ଦୋକାନରେ ପଶିଥିଲେ । ଦୋକାନ ଭିତରକୁ ଯିବା ପରେ ସେମାନେ ପିସ୍ତଲ ବାହାର କରି ଲୋକଙ୍କୁ ଡରାଇଥିଲେ । ଏହି ଚୋରମାନେ ୨୦ରୁ ୨୪ ଲକ୍ଷଟଙ୍କାର ଅଳଙ୍କାର ଲୁଟ କରିଥିଲେ । ଏହା ପରେ ଚୋରମାନେ ସିସିଟିଭିକୁ ନଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.