କଣ୍ଡୋମରେ ସଜ୍ଜିତ ହୋଇଛି କାଫେ: ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେଉଁଠି…

ବର୍ତ୍ତମାନ ସମୟରେ କାଫେର ଚାହିଦା ବଢ଼ିବାରେ ଲାଗିଛି । ନିଜର ପ୍ରିୟ ବନ୍ଧୁ କିମ୍ବା କେହି ନିଜ ଲୋକଙ୍କ ସହ କାଫେ ଯିବାକୁ ପସନ୍ଦ କରୁଛନ୍ତି ଅନେକ । ଏହାକୁ ଦୃଷ୍ଟିରେ ରଖି କାଫେରେ ମଧ୍ୟ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସେବା ଯୋଗାଇଥାନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ତରିକା ମଧ୍ୟ ଆପଣାଇଥାନ୍ତି । ଆଉ ନିଜର ସ୍ୱତନ୍ତ୍ର ଅନ୍ଦାଜକୁ ନେଇ ଖୁବ୍ ପ୍ରସିଦ୍ଧ ମଧ୍ୟ ହୋଇଥାନ୍ତି କାଫେ । ତେବେ ଏହିଭଳି କିଛି ଅଲଗା କରିଦେଖାଇବା ଉଦ୍ଦେଶ୍ୟରେ କିଛି ଭିନ୍ନ କରିଛନ୍ତି ଥାଇଲାଣ୍ଡର ଏକ କାଫେ । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି ଆପଣ କୌଣସି ବିଚିତ୍ର କାଫେ ଯିବାକୁ ଚାହୁଛନ୍ତି, ତେବେ ଆପଣ ଶୁଣିଲେ ବିଶ୍ୱାସ କରିବେ କି? ଯେ ଏମିତି ଏକ କାଫେ ରହିଛି ଯେଉଁଠାରେ ଆପଣଙ୍କୁ ଚାରିଆଡ଼େ କଣ୍ଡୋମ ଦେଖିବାକୁ ମିଳିବ । ହଁ, ଆଜ୍ଞା ଏହା ଶୁଣିବାକୁ ଅଖାଡ଼ୁଆ ଲାଗୁଥିଲେ ବି ସତ । ଥାଇଲାଣ୍ଡରର ରାଜଧାନୀ ବ୍ୟାଙ୍ଗକ୍ ରେ ଏଭଳି ଏକ କାଫେ ରହିଛି ଯେଉଁଠାରେ ଆପଣ କଣ୍ଡୋମରେ ସଜ୍ଜିତ ବିଭିନ୍ନ ଜିନିଷ ଦେଖିବାକୁ ମିଳିବ । ଏହି ରେଷ୍ଟୁରାଷ୍ଟର ନାଁ ହେଉଛି କ୍ୟାବେଜ ଆଣ୍ଡ୍ କଣ୍ଡୋମ । ଏହି ରେଷ୍ଟୁରାଣ୍ଟ କଣ୍ଡୋମକୁ ନେଇ ଏହାର ଭିନ୍ନ ସାଜସଜ୍ଜା ପାଇଁ ପରିଚିତ । ଏଠାରେ ମୂର୍ତ୍ତିଠାରୁ ଆରମ୍ଭ କରି କ୍ରୀଷ୍ଟମାସ ଟ୍ରି ଏପରିକି ଟଙ୍ଗା ହୋଇଥିବା ଲାଇଟ ଇତ୍ୟାଦି ଭିନ୍ନ ଭିନ୍ନ ରଙ୍ଗର କଣ୍ଡୋମରେ ସଜା ଯାଇଛି । ଯାହା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏହି କାଫେକୁ ଆକର୍ଷିିତ କରିଥାଏ ।

ତେବେ ଏହି କାଫେ ଏଭଳି କରିବାର ଉଦ୍ଦେଶ୍ୟ ଫାମିଲି ପ୍ଲାନିଂ ବିଷୟରେ ସଚେତନା କରିବା ନେଇ ରହିଛି ବୋଲି କହିଛି । ଏନେଇ ଅନେକ ଫଟୋ ଏବଂ ପୋଷ୍ଟର ମଧ୍ୟ ଏଠାରେ ରହିିଛି । ଏହା ମାଧ୍ୟମରେ ସୁରକ୍ଷିତ ଯୌନ ସଂପର୍କ, ଜନ୍ମ ନିୟନ୍ତ୍ରଣ ଏବଂ ପରିବାର ନିୟୋଜନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାକୁ ବ୍ୟବହୃତ ହୁଏ  । କେବଳ ଏତିକି ନୁହେଁ ଏହି ରେଷ୍ଟୁରାଣ୍ଟରେ ଖାଇବା ପରେ ପର୍ଯ୍ୟଟକଙ୍କୁ ମାଗଣା କଣ୍ଡୋମ ମଧ୍ୟ ଦିଆଯାଏ ।

Get real time updates directly on you device, subscribe now.