fbpx

(Video)ଯଦି ଆପଣଙ୍କ ପାଖରେ ସମୟ ଅଛି ; ତାହେଲେ ଏହି ଭିଡିଓଟିକୁ ନିହାତି ଦେଖନ୍ତୁ….

ଓଡିଶା ଭାସ୍କର; ଥଟ୍ଟା ମଜା ଖେଳ ତାହାରି କାମ। ଯାହାକୁ ଦିନେ ଆର୍ଶୀବାଦ କରିଥିଲେ ଯେ ରାମ। ସିଧା ସିଧା ବସି ସିଏ ଖାଏ ବାଦାମ। ଗୁଣ୍ଡୁଚି ମୂଷା ଅଟେ ତାହାରି ନାମ। ଏହେଉଛି ସେହି ନିରୀହ ଜୀବର ପରିଚୟ । ଏହାର ପିଠି ଉପରେ ସ୍ୱୟଂ ରାମଚନ୍ଦ୍ରଙ୍କ ଆଙ୍ଗୁଳିର ତିନୋଟି ଗାର ରହିଛି ବୋଲି ବିଶ୍ୱାସ କରାଯାଏ । ମାତ୍ର ଆଜି ସେହି କିମ୍ବଦନ୍ତୀ ଜୀବଟି ସାମାନ୍ୟ ପାଣି ଟୋପାଏ ପାଇଁ ସ୍ୱାର୍ଥପର ମଣିଷ ଆଗରେ ହାତ ପତାଉଥିବା ଦେଖିବାକୁ ମିଳୁଛି । ଅସହ୍ୟ ଖରାରେ ଡହଳ ବିକଳ ହେବା ପରେ ଚାରିଆଡେ ପାଣି ଖୋଜି ଖୋଜି ଶେଷରେ ମଣିଷ ଆଗରେ ଆସି ହାତ ଯୋଡି ପକାଇଛି । ଆଉ ନିରୀହ ସ୍ୱରରେ କହିଛି “ଆଜ୍ଞା, ମତେ ଭାରି ଶୋଷ ହେଉଛି, ମତେ ଟୋପାଏ ପାଣି ଦିଅ-ଭଗବାନ ତୁମର ମଙ୍ଗଳ କରିବେ’ । ଏ କଥା ଆମେ ମନରୁ ବର୍ଣ୍ଣନା କରୁ ନାହୁଁ’ ଏ କଥାକୁ ଏକ ଭାଇରାଲ ଭିଡିଓ ହିଁ ବର୍ଣ୍ଣନା କରୁଛି ।

ତେବେ ସୋସିଆଲ ମିଡ଼ିଆରେ ଏକ ଅତ୍ୟନ୍ତ ହୃଦୟବିଦାରକ ଭିଡିଓ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଉକ୍ତ ଭିଡିଓରେ ଏକ ଗୁଣ୍ଡୁଚି ମୂଷା ଶୋଷରେ ଡହଳ ବିକଳ ହେଉଛି । ଆଉ ବାଟରେ ଯାଉଥିବା ଜଣେ ମଣିଷଙ୍କୁ ଦେଖି ତାଙ୍କୁ ପାଣି ଟୋପାଏ ମାଗିବାକୁ ଯାଇ ବାରମ୍ବାର ହାତ ଯୋଡି ବିନତୀ କରିଛି । ପରେ ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପାଣି ବୋତଲ ଖୋଲି ଗୁଣ୍ଡୁଚି ମୂଷାଟିକୁ ପାଣି ପିଆଇଛନ୍ତି । ଗୁଣ୍ଡୁଚି ମୂଷାଟି ଶାନ୍ତିରେ ପାଣି ଟୋପାଏ ପିଇବା ପରେ ଶେଷରେ ନିଜ ଶୋଷ ମେଣ୍ଟାଈଛି । ତେବେ ଏଠାରେ କହି ରଖୁଛୁ ଯେ, ଏହା ବହୁତ ଦିନ ତଳର ଭିଡିଓ, କିଛି ଦିନ ଆଗରୁ ମଧ୍ୟ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହା ବର୍ତମାନ ପୁଣି ସୋସିଆଲ ମିଡ଼ିଆରେ ଘୁରିବୁଲିବା ସହ ସାଧାରଣରେ ଅନେକ ମତ ସୃଷ୍ଟି କରିଛି । ଜଳ ଓ ପ୍ରାକୃତିକ ପରିବେଶକୁ ଧ୍ୟାନ ଦେବା ସହ ସେମାନଙ୍କ ଯତ୍ନ ନେବା ଆବଶ୍ୟକ ବୋଲି ସାଧାରଣରେ ସବୁଠି ମତାମତ ପ୍ରକାଶ ପାଉଛି । ଜଳ ସମ୍ପଦକୁ ନଷ୍ଟ ନକରି ତାହାକୁ ସବୁଠି ଭରପୁର ରଖିବା ନିହାତି ଆବଶ୍ୟକ ବୋଲି କୁହାଯାଉଛି।

Get real time updates directly on you device, subscribe now.