fbpx

ପାଣି ପିଇ କୁକୁର କଲା ଏମିତି କାମ, ମଣିଷ ଜାତିକୁ ଲଜ୍ଜା: କେବେ ଫେରିବ ବୁଦ୍ଧି?

ଓଡିଶା ଭାସ୍କର: ସୋସିଆଲ ମିଡିଆ ଆଜିକାଲି ୟୁଥମାନଙ୍କ ପାଇଁ ଏକ ବଡ ପ୍ଲାଟଫର୍ମ ପାଲଟି ଯାଇଛି । ପ୍ରତିଦିନ ଭଳିକି ଭଳି ଭିଡିଓ ଏବଂ ଫଟୋ ସେମାନଙ୍କ ମନୋରଞ୍ଜନ କରିବା ସହ ଟାଇମ ପାସ କରି ଦେଉଛି । ତେବେ କିଛି ଭିଡିଓ କେବଳ ଏଣ୍ଟରଟେନମେଣ୍ଟ ପାଇଁ ହୋଇଥିବା ବେଳେ ଆଉ କିଛି ଭିଡିଓ ଆମକୁ ଅନେକ କଥା ଶିକ୍ଷା ଦେଇଥାଏ । ତେବେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହା ସାରା ମଣିଷ ଜାତିକୁ ଏକ ବଡ ଶିକ୍ଷା ଦେଇପାରିବ । ତେବେ ଏହି ଶିକ୍ଷା ଦେଉଛି ଗୋଟିଏ କୁକୁର ।

ଆମ ସମାଜରେ କୁକୁରକୁ ଘୃଣା କରୁଥିବା ବେଳେ ମଣିଷକୁ ସର୍ବୋଚ୍ଚ ପ୍ରାଣୀର ଆଖ୍ୟା ଦିଆଯାଇଛି । କିନ୍ତୁ ଅନେକ କ୍ଷେତ୍ରରେ ମଣିଷ ନିଜର ବୁଦ୍ଧି ବିବେକ ଆଉ କର୍ମ ଯୋଗୁଁ ଅପଦସ୍ତ ହୋଇପଡେ । ବିଭିନ୍ନ ସ୍ଥାନରେ ଆପଣ ଦେଖିଥିବେ ପାଣି ଆଣିବା ପରେ କିମ୍ବା ପିଇବା ପରେ ନଳକୂପକୁ ଖୋଲା ଛାଡି ଦିଅନ୍ତି । ଯାହା ଫଳରେ ପାଣି ନଷ୍ଟ ହୁଏ । କିନ୍ତୁ ଏ ଭିଡିଓରେ ଥରେ ଦେଖନ୍ତୁ, କୁକୁର ବୁଝି ପାରିଛି ପାଣିର ମହତ୍ତ୍ୱ । ପା?ଣି ପିଇବା ଛଡା ଅନ୍ୟ ସମୟରେ ସେ ବାରମ୍ବାର ପାଣି ଟ୍ୟାପକୁ ବନ୍ଦ କରି ଦେଉଛି । ପାଣି ନଷ୍ଟ ନ କରିବାକୁ ସେ ଚେଷ୍ଟା କରିଛି ।

କିନ୍ତୁ ଆଜିର ମଣିଷ ଜଳକୁ ଅସରନ୍ତି ସମ୍ବଳ ଭାବି ମନଇଚ୍ଛା ଖର୍ଚ୍ଚ କରିବା ସହ ନଷ୍ଟ କରିବାରେ ଲାଗିପଡିଛି । ତେବେ ଏହି ଭିଡିଓ ସେୟାର କରି ଜଣେ ଆଇପିଏସ ଅଧିକାରୀ ମଣିଷ ଜାତିର ଏହି ବୋକାମୀ ଏବଂ ଅବିବେକୀ ଗୁଣକୁ ନେଇ ଏକ ବଡ ପ୍ରଶ୍ନ ଉଠାଇଛନ୍ତି । ସେ ପଚାରିଛନ୍ତି କୁକୁର ମୁଣ୍ଡରେ ବୁଦ୍ଧି ଆସିଗଲା କିନ୍ତୁ ମଣିଷର କେବେ ଚେତା ପଶିବ? ମାତ୍ର ୧୨ ସେକେଣ୍ଡର ଏହି ଭିଡିଓ ସାରା ମଣିଷ ଜାତି ପାଇଁ ଏକ ଶିକ୍ଷା ନୁହେଁ ତ ଆଉ କ’ଣ ?

ସୋସିଆଲ ମିଡିଆରେ ଏହି ଭିହିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ପସନ୍ଦ କରିବା ସହ କୁକୁରର ଏହି କାମକୁ ପ୍ରଶଂସା କରି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.