fbpx

ସଂସଦ ସୁରକ୍ଷା ଭେଦ ମାମଲାରେ କରାଯାଇଛି ବଡ ଷଡଯନ୍ତ୍ର: କଂଗ୍ରେସ ଆଣିଲା ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସଂସଦର ସୁରକ୍ଷା ଭେଦ ମାମଲାରେ ଅଭିଯୁକ୍ତଙ୍କ ଦ୍ୱାରା କୋର୍ଟରେ ରଖାଯାଇଥିବା ବୟାନକୁ ନେଇ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି । ଦଳ ପକ୍ଷରୁ ଗୁରୁବାର ଅଭିଯୋଗ ଲଗାଯାଇଛି କି ବିରୋଧୀ ନେତାଙ୍କୁ ଏହି ମାମଲାରେ ଦାୟୀ କରିବାକୁ ଷଡଯନ୍ତ୍ର କରାଯାଉଛି । ପାର୍ଟି ମହାସଚିବ ଜୟରାମ ରମେଶ କହିଛନ୍ତି, ବିଜେପି ସାଂସଦ ପ୍ରତାବ ସିହ୍ମାଙ୍କ ସହାୟତାରେ ସମସ୍ତ ଅଭିଯୁକ୍ତଙ୍କୁ ସଂସଦର ପାସ୍ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ସିହ୍ମାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ।
ସଂସଦ ସୁରକ୍ଷା ଭେଦ ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଅଭିଯୁକ୍ତ ବୁଧବାର କୋର୍ଟକୁ କହିଛନ୍ତି କି ଦିଲ୍ଲୀ ପୋଲିସ ସେମାନଙ୍କୁ ବିରୋଧୀ ଦଳ ସହ ସେମାନଙ୍କ ସମ୍ବନ୍ଧ ସ୍ୱୀକାର କରିବାକୁ ବିଭିନ୍ନ ଉପାୟରେ ନିର୍ଯ୍ୟାତନା ଦେଉଛି । ୫ ଅଭିଯୁକ୍ତ ବିଚାରପତି ହରଦୀପ କୌରଙ୍କ ନିକଟରେ ଏହି ବୟାନ ରଖିଛନ୍ତି । ବିଚାରପତି ସମସ୍ତ ୬ ଅଭିଯୁକ୍ତଙ୍କ ଜେଲ୍ ଦଣ୍ଡାଦେଶ ୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶ ଟୁଇଟରରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ନିଜ ଅପରାଧକୁ ଲୁଚାଇବା ଲାଗି ବିରୋଧୀ ଦଳ ଉପରେ ମିଥ୍ୟା ଅଭିଯୋଗ ଲଗାଇବା ଅହଂକାରଚାର୍ଯ୍ୟ ଅଟେ । ଇଡି, ସିବିଆଇ ଓ ଆୟକର ବିଭାଗର ଦୁରୂପଯୋଗ କରି ବିରୋଧୀ ନେତାଙ୍କୁ ଜେଲ୍‌ରେ ବନ୍ଦୀ କରି ରଖୁଥିବା ମୋଦୀ ସରକାର ଏବେ ଆଉ ଏକ ଷଡଯନ୍ତ୍ର ରଚନା କରୁଛନ୍ତି ।

କଂଗ୍ରେସ ମହାସଚିବ କହିଛନ୍ତି ପୂର୍ବରୁ ତ ଯେଉଁ ବିଜେପି ସାଂସଦ ସଂସଦରେ ପ୍ରବେଶ କରିଥିବା ଅଭିଯୁକ୍ତମାନଙ୍କୁ ପାସ୍ ଦେଇଥିଲେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଅନ୍ୟପକ୍ଷରେ ଢିଲା ସୁରକ୍ଷାକୁ ନେଇ ସ୍ୱର ଉଠାଇଥିବା ୧୪୬ ସାଂସଦଙ୍କୁ ନିଲମ୍ବିତ କରିଦିଆଯାଇଛି । ଏବେ ଷଡଯନ୍ତ୍ର ଜରିଆରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି , ବେରୋଜଗାରୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସେହି ଯୁବକଙ୍କ ଉପରେ ବିରୋଧୀ ନେତାଙ୍କ ନାମ ନେବା ପାଇଁ ଚାପ ପକାଯାଉଛି ।

Get real time updates directly on you device, subscribe now.