fbpx

ଡ୍ରଗ୍ସ ମାମଲାରେ ବଲିଡଉର ଏହି ଅଭିନେତାଙ୍କ ପୁଅ ଗିରଫ, ପୋଲ୍ ଖୋଲିଲା ହ୍ୱାଟ୍ସଆପ ଚାଟ୍

ମୁମ୍ବାଇ,୬ ।୫: ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲଙ୍କ ପୁଅ ଧ୍ରୁବ ତାହିଲଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି ପୋଲିସ । ଧ୍ରୁବଙ୍କ ଉପରେ ଡ୍ରଗ୍ସ କିଣିବା ଓ ଡ୍ରଗ୍ସ କିଣିବା ପାଇଁ ଅଭିଯୁକ୍ତ ଅବଦୁଲ ରହମାନକୁ ଟଙ୍କା ପଠାଇବାର ଅଭିଯୋଗ ରହିଛି । ଦୁହିଁଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା ହ୍ୱାଟ୍ସଆପ ଚାଟ୍ ଜରିଆରେ ଏହାର ଖୁଲାସା ହୋଇଛି ।

ତେବେ ଏହି ମାମଲାରେ ପୋଲିସ ପ୍ରଥମେ ଅଭିଯୁକ୍ତ ଅବଦୁଲ ରହମାନ ଶେଖକୁ ଗିରଫ କାରିଥିଲା । ଅଭିଯୁକ୍ତଠାରୁ ପୋଲିସ ୩୫ ଗ୍ରାମ ମେକଡ୍ରୋନ୍ ଜବତ କରିଥିଲା । ଅଭିଯୁକ୍ତଠାରୁ ମୋବାଇଲ ଫୋନ୍ ଜବତ କରିବା ପରେ, ସେଥିରେ ଧ୍ରୁବ ସହ ହୋଇଥିବା କଥାବାର୍ତ୍ତା ସାମ୍ନାକୁ ଆସିଥିଲା । ଧ୍ରୁବ ଉପରେ ଡ୍ରଗ୍ସ ମାଗିବା ବ୍ୟତିତ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ୬ ଥର ଟଙ୍କା ପଠାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଧ୍ରୁବ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଅଭିଯୁକ୍ତର ସମ୍ପର୍କରେ ରହିଥିବା ବେଳେ ବୁଧବାର ଦିନ ପୋଲିସ ତାଙ୍କୁ ଗିରଫ କରିଛି । ଏବେବି ପୋଲିସ ଏହି ମାମଲାର ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.