ନୂଆଦିଲ୍ଲୀ: ଏବେ ୫ଜି ସେବାକୁ ନେଇ ସାରା ଦେଶ ଖୁବ ଆଶବାଦୀ ରହିଛି । ୫ଜି ନେଟୱାର୍କରେ ୟୁଜରମାନଙ୍କୁ ଅଧିକ ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ମିଳିବ । ସେଥିପାଇଁ ଅନେକ ଲୋକ ଏହି ସେବାକୁ ଚାତକ ପରି ଚାହିଁ ରହିଛନ୍ତି । ତେବେ ଅନେକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ ସ୍ପିଡ ଏକ ଚିନ୍ତାର କାରଣ ପାଳଟିଛି । ସ୍ଲୋ ଇଣ୍ଟରନେଟ ଯୋଗୁଁ ଅନେକ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାର ସମାଧାର କରିବା ପାଇଁ ଏକ ଡିଭାଇସ ଆପଣଙ୍କ ପାଇଁ ଖୁବ ସହାୟକ ହୋଇପାରେ । ଆସନ୍ତୁ ଜାଣିବା ଏହି ଡିଭାଇସ ସମ୍ବନ୍ଧରେ ।
ଇଣ୍ଟରନେଟ ସ୍ଲୋ ହୋଇଗଲେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ । କୌଣସି ସାଇଟ କିମ୍ବା ଲିଙ୍କକୁ ଭିଜିଟ କରିବା ପାଇଁ ଯଥେଷ୍ଟ ଅଧିକ ସମୟ ନେଇଥାଏ । ଯେଉଁଥିପାଇଁ ଆପଣଙ୍କ କାମ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ତେବେ ଏହି ଡିଭାଇସ ଆପଣଙ୍କ ନେଟୱାର୍କ ସ୍ଲୋ ସମସ୍ୟାକୁ ଦୂର କରିବା ସହିତ ସ୍ପିଡ ୪ ଗୁଣ ବୃଦ୍ଧି କରିପାରେ । ଏହାକୁ ୱାଇଫାଇ ଏକ୍ସଟେଣ୍ଡର କୁହାଯାଏ । ଏହି ଛୋଟ ଡିଭାଇସକୁ ବୁଷ୍ଟର ବୋଲି ମଧ୍ୟ କୁହାଯାଏ । ୱାଇଫାଇର ସ୍ଲୋ ହେଉଥିବା ସିଗନାଲକୁ ପୁଣିଥରେ ସ୍ପିଡ କରାଇବ ଏହି ବୁଷ୍ଟର ।
ତେବେ ଏହା ଆପଣଙ୍କ ପାଇଁ ଖୁବ ସହାୟକ ହୋଇପାରେ । କିନ୍ତୁ ଏହାର ଦାମ୍ ଆପଣଙ୍କୁ ଆଶ୍ଚଯ୍ୟ କରି ଦେବ । ଅନଲାଇନ ମାର୍କେଟରେ ଏହା ଆପଣଙ୍କୁ ମାତ୍ର ୨,୦୦୦ରୁ ୨,୫୦୦ ଟଙ୍କାରେ ମିଳିପାରିବ । ସାଇଜରେ ଛୋଟ ଦେଖାଯାଉଥିବା ଏହି ଡିଭାଇସ କିନ୍ତୁ ଆପଣଙ୍କ ପାଇଁ ବଡ ବଡ କାମ ସହଜରେ କରି ଦେଇ ପାରିବ । ଏହାକୁ ଅନ୍ କରିବା ମାତ୍ରେ ଘରର କୌଣସି ସ୍ଥାନରେ ରହି ମଧ୍ୟ ଆପଣ ସ୍ପିଡ ଇଣ୍ଟରନେଟ ବ୍ୟବହାର କରିପାରିବେ ।