fbpx

ଜୀବନ ସାଥୀ ବାଛିବାବେଳେ କରନ୍ତୁ ନାହିଁ ଏପରି ଭୁଲ: ଆରେଞ୍ଜ ମ୍ୟାରେଜ କରୁଥିବା ବେଳେ ଦିଅନ୍ତୁ ବିଶେଷ ଧ୍ୟାନ

ଏକ ଆରେଞ୍ଜ ମ୍ୟାରେଜରେ ଭଲ ଜୀବନ ସାଥୀଟିଏ ବାଛିବା ବେଶ କଷ୍ଟ କାରଣ ଏହା ଆପଣଙ୍କ ସମଗ୍ର ଜୀବନକୁ ପ୍ରଭାବିତ କରିଥାଏ । ଭାରତରେ ଆରେଞ୍ଜ ମ୍ୟାରେଜରେ ପୁଅ ଝିଅଙ୍କ ଅପେକ୍ଷା ପରିବାରର ଯୋଗଦାନ ବହୁତ ଅଧିକ । ଏପରିକି ଅଧିକାଂଶ ସ୍ଥାନରେ ଯେ ପୁଅ ଅପେକ୍ଷା ପୁଅର ପରିବାର ପରିବାର ଝିଅକୁ କିପରି ପସନ୍ଦ କରନ୍ତି ତାହା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ତେବେ ଆରେଞ୍ଜ ମ୍ୟାରେଜରେ ଉପଯୁକ୍ତ ଜୀବନ ସାଥୀ ମିଳିଲେ ଜୀବନ ସୁଖରେ କଟେ । କିନ୍ତୁ କିଛି ଲୋକଙ୍କୁ ଉପଯୁକ୍ତ ଜୀବନସାଥୀ ନମିଳିବା ଦ୍ୱାରା ସାରା ଜୀବନ ଅସୁବିଧାରେ ରହିବାକୁ ପଡେ । ତେବେ ଉପଯୁକ୍ତ ଜୀବନ ସାଥୀ ବାଛିବା ବେଳେ ଲୋକମାନେ କିଛି ଭୁଲ କରିଥାନ୍ତି । ତେବେ କ’ଣ ରହିଛି ସେହି ଭୁଲଗୁଡ଼ିକ ଆସନ୍ତୁ ଜାଣିବା-

ସୁସଙ୍ଗତତାକୁ ଅଣଦେଖା- ଲୋକମାନେ ପ୍ରାୟତଃ ସୁସଙ୍ଗତତା ଛଡ଼ା ଅନ୍ୟ ଜିନିଷକୁ ପ୍ରାଧାନ୍ୟ ଦିଅନ୍ତି । ସାମାଜିକ ସ୍ଥିତି, ପରିବାରର ଆର୍ଥିକ ସ୍ଥିତି ଆଦିକୁ ଦେଖିବା ଜରୁରୀ କିନ୍ତୁ ଆପଣ ମାନସିକ ସୁସଙ୍ଗତତାକୁ ଅଣଦେଖା କରିପାରିବେ ନାହିଁ । ଭବିଷ୍ୟତରେ ଏହି ଜିନିଷଗୁଡିକ ଅନେକ ଅସୁବିଧାର କାରଣ ହୋଇପାରେ ।

ନିଜର ପ୍ରାଥମିକତା- ପରିବାରର ଚାପ ଯୋଗୁଁ ବହୁତ ଜଣ ନିଜର ପ୍ରାଥମିକତା ଏବଂ ଇଚ୍ଛାକୁ ଅଣଦେଖା କରନ୍ତି । ଏପରି ସ୍ଥିତିରେ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଜୀବନ ସାଥୀ ବାଛିବା ପୂର୍ବରୁ ପରିବାର ଲୋକଙ୍କୁ ନିଜର ପ୍ରାଥମିକତା ଏବଂ ଇଚ୍ଛା ବିଷୟରେ ଆଗରୁ ଜଣାଇଦେବା ଉଚିତ ।

ଶୀଘ୍ର ନିଷ୍ପତ୍ତି ନେବା- ଅନେକ ସ୍ଥାନରେ ପୁଅ ଝିଅ ପରସ୍ପରକୁ ବୁଝି ନପାରି ପାରିବାରିକ ଚାପ କାରଣରୁ ଶୀଘ୍ର ନିଷ୍ପତ୍ତି ନେଇଯାଆନ୍ତି । ତେଣୁ ଯଦି ଯଦି ଆପଣ ନିଜ ବିବାହକୁ ସଫଳ କରିବାକୁ ଚାହୁଁଛନ୍ତି, ତେବେ ପରସ୍ପର ବିଷୟରେ ଭଲ ଭାବରେ ଜାଣିବା ଏବଂ କଥା ହେବା ଜରୁରୀ ।

ଯୋଗାଯୋଗରେ ଅଭାବ- ପ୍ରାୟତଃ ଦେଖାଯାଏ ଯେ ଦୁଇ ପରିବାର ଲୋକେ ବିବାହ ସ୍ଥିର କରିଥାନ୍ତି । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ନଥାଏ । ତେବେ ଏହା ଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ସମ୍ପର୍କର ମୂଳଦୁଆକୁ ଦୃଢ଼ କରିବାକୁ ହେଲେ ପରସ୍ପରଙ୍କୁ ସମୟ ଦେବା ସହ ପରସ୍ପର କଥା ହେବା ଜରୁରୀ ।

Get real time updates directly on you device, subscribe now.