fbpx

ପାଖରେ ଥିବା ବ୍ୟକ୍ତିର ହାଇ ଆସିଲେ ଆମକୁ ମଧ୍ୟ କାହିଁକି ହାଇ ଆସିଥାଏ? ଏହାର କାରଣ ଆପଣଙ୍କୁ ଜଣା ଅଛି କି?

ଓଡିଶା ଭାସ୍କର; ପ୍ରାୟତଃ ଅନିଚ୍ଛାକୃତ ଭାବରେ ଆମର ପାଟି ଖୋଲିଥାଏ ଏବଂ ଦୀର୍ଘ, ଗଭୀର ନିଶ୍ୱାସଟିଏ ଆମେ ନେଇଥା’ନ୍ତି ଓ ପ୍ରଶ୍ୱାସଟିଏ ଛାଡ଼ିଥା’ନ୍ତି । ଆଉ ଏହାକୁ ଆମେ ହାଇ ବୋଲି କହିଥା’ନ୍ତି। ହାଇ କେବଳ ନିଦ ମାଡିବା ଯୋଗୁଁ ବାରମ୍ବାର ଆସି ନଥାଏ। ଯେତେବେଳେ ଆମେ କୌଣସି କାମ କରି ଅତ୍ୟଧିକ ଥକ୍କି ଯାଇଥାଉ, କିମ୍ବା ରାତିରେ ଶୋଇବା ବଦଳରେ ଚେଇଁ ରହିଥାଉ କିମ୍ବା କୌଣସି ଜିନିଷକୁ ନେଇ ବୋର ହେଇଯାଉ, ସେତେବଳେ ହିଁ ଆମକୁ ହାଇ ଆସିଥାଏ। କାରଣ ଅତ୍ୟଧିକ କାମ କରିବା ଫଳରେ ଆମ ଶରୀରର ତାପମାତ୍ରା ବଢି ଯାଇଥାଏ । ଶରୀରର ତାପମାତ୍ରା ବଢିବା ଦ୍ୱାରା ମସ୍ତିଷ୍କ ମଧ୍ୟ ଗରମ ରୁହେ। ସେଥିପାଇଁ ହାଇ ଆସିଲେ ଏହା ଦ୍ୱାରା କିଛି ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ। ଏବଂ ସେଥିରେ ଥିବା ଅମ୍ଲଜାନ ମଧ୍ୟ ଶରୀରକୁ ପ୍ରବେଶ କରିଥାଏ।

ତେବେ ଯେତେବେଳେ ସାମ୍ନାରେ ଥିବା ବ୍ୟକ୍ତିକୁ ହାଇ ମାରିଥାଏ, ସେତେବେଳେ ଆମକୁ ମଧ୍ୟ ହାଇ ଆସିଥାଏ । ହେଲେ କାହିଁକି, ଏହାର କାରଣ ଆପଣଙ୍କୁ ଜଣା ଅଛି କି? ଏହାର କାରଣ ଆମ ଶରୀରରେ ଥାଏ ‘ମିରର ନିୟୁରନ୍ସ’। ମିରର ନିୟୁରନ୍ସ ଆମକୁ ଅନ୍ୟର କାର୍ୟ୍ୟକଳାପକୁ ନକଲ କରିବାକୁ ସାହାଯ୍ୟ କରିଥାଏ। ଯେମିତିକ ପାଖରେ ଯଦି କୌଣସି ବ୍ୟକ୍ତି ଖୁସି ଥାଏ, ଆମ ମନ ବି ଖୁସି ଥାଏ। ଆମ ପାଖରେ ଥିବା ବ୍ୟକ୍ତିର କାର୍ୟ୍ୟକଳାପ ଅନୁସାରେ ଆମ ଅଜାଣତରେ ଆମେ ମଧ୍ୟ ସେପରି କରିଥାନ୍ତି। ଠିକ ସେପରି ପାଖରେ ଥିବା ଅନ୍ୟ କେହି ହାଇ ମାରିବା ଦ୍ୱାରା ଆମକୁ ମଧ୍ୟ ହାଇ ଆସି ଯାଇଥାଏ । ସେଥିପାଇଁ କଥାରେ କୁହାଯାଏ, ‘ହାଇ’ର ଭାଇ ଥାଏ। ହାଇକୁ ଏକ ସଂକ୍ରମଣ ମଧ୍ୟ କୁହାଯାଏ।

ଅତ୍ୟାଧିକ ହାଇ ଆସିବାର କାରଣ ଏହା ହୋଇପାରେ

  • ନିଦ୍ରାହୀନତା କିମ୍ବା କ୍ଳାନ୍ତତା
  • ଅତ୍ୟଧିକ ଦିନର ନିଦ୍ରା ସହିତ ଜଡିତ ବ୍ୟାଧି
  • ଭାସୋଭାଗାଲ୍ ପ୍ରତିକ୍ରିୟା (ଭାଗସ୍ ସ୍ନାୟୁ ନାମକ ଏକ ସ୍ନାୟୁର ଉତ୍ତେଜନା), ହୃଦଘାତ କିମ୍ବା ଆର୍ଟିକ୍ ଡିସେକସନ ଦ୍ୱାରା ଘଟିଥାଏ
  • ମସ୍ତିଷ୍କ ସମସ୍ୟା ଯଥା ଟ୍ୟୁମର, ଷ୍ଟ୍ରୋକ୍, ଅପସ୍ମାର, ଏକାଧିକ ସ୍କ୍ଲେରୋସିସ୍
  • କେତେକ ଔଷଧ (ବିରଳ)
  • ଶରୀରର ତାପମାତ୍ରା ନିୟନ୍ତ୍ରଣରେ ସମସ୍ୟା (ବିରଳ)

ଏକ ସୁସ୍ଥ ମଣିଷ ଦିନକୁ ୨୦ ଥର ହାଇ ମାରିଥାଏ। ଯଦି ଏହାଠାରୁ ମଧ୍ୟ ଅଧିକ ହାଇ ଆପଣଙ୍କୁ ଆସୁଥାଏ, ତେବେ ଏହାକୁ ରୋକିବା ପାଇଁ ଆପଣ ନିଜ ନାକ ଦ୍ୱାରା ଜୋରରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହା ସହ ଥଣ୍ଡା ଖାଦ୍ୟ ଖାଆନ୍ତୁ । ଅତ୍ୟାଧିକ ହାଇ ଆସିବା ବି ଆପଣଙ୍କ ପାଇଁ କ୍ଷତି ପହଞ୍ଚାଇପାରେ, ଏଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.