(Video) ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ; ୩୩ ବର୍ଷ ହେବ Engine-Oil ପିଇ ବଞ୍ଚିଛନ୍ତି ଏହି ମଣିଷ, ଦେଖନ୍ତୁ ଭିଡ଼ିଓ….

୩୩ ବର୍ଷ ଧରି ଇଞ୍ଜିନ୍ ଅଏଲ୍ ପିଇ ବଞ୍ଚିଛନ୍ତି। ସବୁଠାରେ ଭାଇରଲ ଏହି Oil Man...

କର୍ଣ୍ଣାଟକ: ଆମେ ଛୋଟ ବେଳୁ ପଢି ଆସିଛୁ ଯେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ସବୁଜ ପନିପରିବା, ଫଳ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଯଦି ଜଣେ ବ୍ୟକ୍ତି ଏସବୁ କିଛି ନ ଖାଇ ଇଞ୍ଜିନ୍ ତେଲ ପିଇକି ବଞ୍ଚିବା ସମ୍ଭବ କି ?

କିନ୍ତୁ ଏପରି ଜଣେ ବ୍ୟକ୍ତି କର୍ଣ୍ଣାଟକରେ ଅଛନ୍ତି । ସେ ନିଜର ଅସ୍ବାଭାବିକ ଖାଦ୍ୟଭ୍ୟାସ ପାଇଁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହି ବ୍ୟକ୍ତିଙ୍କୁ ସମସ୍ତେ ଅଏଲ୍‌ ମ୍ୟାନ ଭାବରେ ଜାଣନ୍ତି।

ସୂଚନାମୁତାବକ ବ୍ୟକ୍ତି ଜଣକ ପ୍ରତିଦିନି ଚା ଓ ପ୍ରାୟ ୭-୮ ଲିଟର ଇଞ୍ଜିନ ଅଏଲ୍‌ ପିଉଛନ୍ତି । ସୋସିଆଲ୍‌ ମିଡିଆ ଇନଷ୍ଟାଗ୍ରାମରେ ଏହି ବ୍ୟକ୍ତିଙ୍କ ଏକ ଭିଡିଓ ପୋଷ୍ଟ ହୋଇଛି ।

ଯେଉଁଥିରେ ଦେଖିବାକୁ ମିଳିଛି କି ବ୍ୟକ୍ତି ଜଣକୁ ପାରମ୍ପରିକ ଖାଦ୍ୟ ଖାଇବାକୁ ଦିଆଗଲା । କିନ୍ତୁ ଏହାକୁ ଖାଇବାକୁ ମନା କରି ଦେଇଥିଲେ। ଏହା ବଦଳରେ ତାଙ୍କୁ କେବଳ ଇଞ୍ଜିନ୍ ତେଲ ଦରକାର ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଭ୍ୟାସ କେବଳ କିଛି ଦିନର ନୁହେଁ । ସେ ବିଗତ ୩୩ ବର୍ଷ ଧରି ନିଜ ପେଟ ପୁରାଇବା ପାଇଁ ଇଞ୍ଜିନ୍ ତେଲ ପିଇ ଆସୁଛନ୍ତି।

ସେ କହିଛନ୍ତି ଭାତ, ଡାଲି, ରୁଟି ବଦଳରେ ସେ ପ୍ରତିଦିନ ୭-୮ ଲିଟର ଇଞ୍ଜିନ୍‌ ଅଏଲ୍‌ ଓ ଚା ପିଉଛନ୍ତି । କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେବେ ବି ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି କିମ୍ବା କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇନାହାନ୍ତି ।

ପ୍ରଭୁ ଆୟାପ୍ପାଙ୍କ ଉପରେ ବିଶ୍ବାସ ତାଙ୍କୁ ଜୀବିତ ରଖିଛି ବୋଲି ସେ କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତିନି ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ, ଏହି ବ୍ୟକ୍ତିଙ୍କୁ କେବେ ହସ୍ପିଟାଲ ଯିବାକୁ ପଡ଼ିନାହିଁ । ସେ କେବେ ପେଟ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଗୁରୁତର ରୋଗର ଅଭିଯୋଗ କରିନାହାଁନ୍ତି। ବ୍ୟକ୍ତି ଜଣକ ନିଜେ ଦାବି କରନ୍ତି ଯେ ଏହା ସବୁ ଭଗବାନ ଆୟାପ୍ପାଙ୍କ କୃପା ଯୋଗୁଁ ହୋଇଛି ।