fbpx

ଆରାମ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଛୁଟି ଦେଲା ଏହି ବୃହତ୍ କମ୍ପାନୀ, ଜାଣନ୍ତୁ କେତେଦିନ

ନୂଆଦିଲ୍ଲୀ, ୩ା୪: ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କୁ ଛୁଟି ଯେ କେତେ ସହଜରେ ମିଳେ, ତାହା ଜଣେ ଭୁକ୍ତଭୋଗୀ ହିଁ ଜାଣିଥିବ । ଅନେକ କମ୍ପାନୀରେ ଛୁଟି ମାଗିଲେ ଚାକିରି ହରେଇବାର ଭୟ ରହିଥାଏ । ସୋସିଆଲ ନେଟୱାର୍କିଂ କମ୍ପାନୀ LinkedIn କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଗିଫ୍ଟ ଦେବାକୁ ଘୋଷଣା କରିଛି । ଏହି ବହୁରାଷ୍ଟ୍ରୀୟ କମ୍ପାନୀ ଏହାର ସମସ୍ତ ଷ୍ଟାଫଙ୍କୁ ଗିଫ୍ଟସ୍ୱରୂପ ଏକ ସପ୍ତାହ ପାଇଁ ଛୁଟି ଦେବ । ଏହି ଛୁଟିରେ ସମସ୍ତ ଷ୍ଟାଫ୍ ଦରମା ପାଇବେ । ଏହି ଛୁଟି ଆସନ୍ତା ଏପ୍ରିଲ ୫ ତାରିଖରୁ ଲାଗୁ ହେବ । କମ୍ପାନୀର ସମସ୍ତ କର୍ମଚାରୀ ଛୁଟିରେ ନିଜ ପାଇଁ ସମୟ କାଢ଼ିବା ସହିତ ଅବସାଦରୁ ଦୂରେଇ ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

LinkedInର ସମସ୍ତ କମର୍ଚାରୀ ଆସନ୍ତା ୫ ତାରିଖରୁ ଛୁଟିରେ ରହିବ ବୋଲି CNNର ଏକ ରିପୋର୍ଟରେ ପ୍ରକାଶ ପାଇଛି । କମ୍ପାନୀର ସମସ୍ତ ଫୁଲ ଟାଇମ ଷ୍ଟାଫ୍ ବା ପାଖାପାଖି ୧୫ ହଜାର ୯୦୦ ଜଣ କର୍ମଚାରୀ ଏହି ଛୁଟିରେ ମଜା ଉଠାଇ ପାରିବେ । ତେବେ ଏହି ସପ୍ତାହରେ କମ୍ପାନୀର ଅଫିସ କାର୍ଯ୍ୟ ପାଇଁ ଏକ କୋର ଟିମ ନିଯୁକ୍ତି ପାଇଛନ୍ତି । ଏହି ଟିମର ସଦସ୍ୟମାନଙ୍କୁ ପରବର୍ତ୍ତୀ ସମୟରେ ଅନୁରୂପ ଭାବେ ଛୁଟି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.