fbpx

ଏପରି ମାସ୍କ, ଯାହା କରୋନା ଭାଇରସକୁ ବି କରିଦେବ ସଫା

ବିଶ୍ୱରେ ତୀବ୍ର ଭାବେ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସିଏମଏମସିଆରଆଇର ବୈଜ୍ଞାନିକମାନେ ଏକ ପ୍ରଭାବଶାଳୀ ଉପାୟ ଖୋଜିସାରିଛନ୍ତି । କେନ୍ଦ୍ରୀୟ ଲୁଣ ଓ ସାମୁଦ୍ରିକ ରସାୟନ ଅନୁସନ୍ଧାନ ସଂସ୍ଥା ଗୁଜୁରାଟ ଭବନଗରର ବୈଜ୍ଞାନିକମାନେ ଏଭଳି ଏକ ମାସ୍କ ପ୍ରସ୍ତୁତ କରିଛନ୍ତିି, ଯାହା ସମ୍ପର୍କରେ ଆସି କରୋନା ଭାଇରସ୍ ଆପେ ଆପ ନଷ୍ଟ ହୋଇଯିବ ।

ଅନୁଷ୍ଠାନର ବୈଜ୍ଞାନିକମାନେ କହିଛନ୍ତି ଯେ, ସଂଶୋଧିତ ପଲିସଲଫୋନ୍ ସାମଗ୍ରୀରୁ ପ୍ରସ୍ତୁତ ମାସ୍କର ବାହ୍ୟ ଖଣ୍ଡ ଏକ ସ୍ୱତନ୍ତ୍ର ପଦାର୍ଥରୁ ନିର୍ମିତ ହୋଇଛି । ଏଥିରେୁ ବିଭିନ୍ନ ପ୍ରକାରର ସ୍ତର ବ୍ୟବହାର କରାଯାଇଥିବା ବେଳେ ଏହା ୧୫୦ ମାଇକ୍ରୋମିଟର ମୋଟା ରହିଛି । ଏହି ମାସ୍କ ୬୦ ନାନୋମିଟର ବା ତାଠାରୁ ଅଧିକ ଭାଇରସକୁ ମାରିପାରିବ । ଏହାକୁ କେବଳ ଡାକ୍ତରୀ ମାନ୍ୟତା ମିଳିବାକୁ ଅପେକ୍ଷା । ମାସ୍କଟି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ପାଇଁ ପ୍ରାଣବାୟୁ ବା ଅକ୍ସିଜେନ୍ ପରି କାମ କରିବ । ଏହି ମାସ୍କର ମୂଲ୍ୟ ୫୦ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର କରାଯାଇଛି ।

Get real time updates directly on you device, subscribe now.