ଶିଳ୍ପା ସେଟ୍ଟୀଙ୍କ ଉଚ୍ଚତା କମାଇ ଦେଲେ ଏହି ଯୁବକ: ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଉଚ୍ଚତା କମାଇ ଦେଇଛନ୍ତି ଜଣେ ଯୁବକ । ଯାହାକୁ ଦେଖି ଫ୍ୟାନ୍ସମାନେ ତାଜୁବ ହୋଇ ଯାଇଛନ୍ତି । ୫ ଫୁଟ ୭ ଇଞ୍ଚର ଶିଳ୍ପାଙ୍କୁ ୧ ଫୁଟରୁ ବି କମ ବନାଇ ଦେଇଛନ୍ତି ଏହି ଯୁବକ । ତେବ ଏହି ଭିଡିଓ ଅପଲୋଡ ହେବା ମାତ୍ରେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଶିଳ୍ପାଙ୍କ ପ୍ରଶଂସକମାନଙ୍କୁ ଏହି ଭିଡିଓ ଦେଇଛି ଏକ ଝଟକା । ଶିଳ୍ପାଙ୍କ ନୂଆ ହାଇଟ ଦେଖି ଫ୍ୟାନ୍ସମାନେ ଆଚମ୍ବିତ ହୋଇ ଉଠୁଛନ୍ତି । ତେବେ କଣ ଥିଲା ପ୍ରକୃତ ଘଟଣା ଆସନ୍ତୁ ଜାଣିବା ।

ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ସୋନି ଟିଭିର ମେଗା ରିୟଲିଟି ଶୋ ଇଣ୍ଡିଆଜ ଗଟ ଟାଲେଣ୍ଟରେ । ଶିଳ୍ପାଙ୍କ ଉଚ୍ଚତା କମାଉଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମ୍ୟାଜିସିଆନ । ଏହି ଶୋରେ ପ୍ରତିଯୋଗୀ ଭାବେ ପହଞ୍ଚିଥିବା ବି.ଏସ ରେଡ୍ଡୀଙ୍କ ମ୍ୟାଜିକ ଟ୍ରିକ ଧରିବା ଦର୍ଶକଙ୍କ ପାଇଁ କାଠିକର ପାଠ ହୋଇ ପଡିଛି । ପ୍ରଥମେ ଜଣେ ଯୁବତୀଙ୍କୁ ଦୁଇଖଣ୍ଡ କରି କାଟି ଅଲଗା କରି ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ରେଡ୍ଡୀ । ଏହାପରେ ବିଚାରପତି ଚେୟରରେ ବସିଥିବା ଶିଳ୍ପା ସେଟ୍ଟୀଙ୍କୁ ଏକ ଲମ୍ବା ବାକ୍ସ ମଧ୍ୟରେ ଛିଡା କରି ତାଙ୍କ ଉଚ୍ଚତା କମାଇ ଦେଇଥିଲେ । ଶିଳ୍ପାଙ୍କ ଉଚ୍ଚତା ୫ ଫୁଟ ୭ ଇଞ୍ଚ ହୋଇଥିବା ବେଳେ ତାଙ୍କୁ ୧ ଫୁଟରୁ ବି କମ ଉଚ୍ଚତାର ବନାଇ ଦେଇଥିଲେ ଏହି ମ୍ୟାଜିସିଆନ । ୟୁଟ୍ୟୁବରେ ସୋନି ତରଫରୁ ଏହି ଭିଡିଓ ଅପଲୋଡ କରାଯିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଶିଳ୍ପାଙ୍କ ଉଚ୍ଚତା ଦେଖି ପ୍ରଶଂସକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଲୋକ ଏହି ଭିଡିଓରେ କମେଣ୍ଟ କରି ମ୍ୟାଜିସିଆନଙ୍କ ପ୍ରଶଂସା କରିଛନ୍ତି । ସେପଟେ ଶିଳ୍ପା କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ନିଜ ନୂଆ ଫିଲ୍ମ “ସୁଖୀ” ବିଷୟରେ ସୂଚନା ଦେଇଥିଲେ ।