fbpx

ଏହି ଦେଶର ରାଷ୍ଟ୍ରପତି କହିଲେ- ଭୋଡକା ହେଉଛି କରୋନାର ଔଷଧ, କେହି ମରିବେ ନାହିଁ! ଜାଣନ୍ତୁ ସତ୍ୟ

Advertisement

ଭୋଡକାକୁ କରୋନା ଭାଇରସର ଔଷଧ ବୋଲି କହିଥିବା ବେଲାଋସର ରାଷ୍ଟ୍ରପତି ଆଉ ଏକ ଅଦ୍ଭୁଦ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି ଯେ ତାଙ୍କ ଦେଶରେ କରୋନାରେ କେହି ମରିନଥିବା ବେଳେ ଆଗକୁ ମଧ୍ୟ କାହାର ମୃତ୍ୟୁ ହେବନାହିଁ । କିନ୍ତୁ ଅଧିକାରୀଙ୍କ କହିବା ମୁତାବକ, ବେଲାଋସରେ କରୋନା ମୃତ୍ୟୁ ଦୁଇ ଡଜନରୁ ଅଧିକ ।

କେବଳ ଏତିକି ନୁହେଁ, ଆଲେକ୍ସଜାଣ୍ଡାର କହିଛନ୍ତି ଯେ, ଭୋଡକା ପିଇବା, ଟ୍ରାକ୍ଟର ଚଳାଇବା, ଛେଳି ସହ ଖେଳିବା ଦ୍ୱାରା ଏହି ରୋଗ ଭଲ ହୋଇଥାଏ ।  ତେବେ  ବ୍ରିଟିଶ ଗଣମାଧ୍ୟମରେ ଆଲେକ୍ସଜାଣ୍ଡାରଙ୍କୁ ଏକଛତ୍ରବାଦୀ କୁହାଯାଏ । ଆଲେକ୍ସଜାଣ୍ଡାରଙ୍କ ନାଁରେ ଅଭିଯୋଗ ହୋଇଛି ଯେ, ସେ ଡାକ୍ତର ଓ ମାନବାଧିକାର କର୍ମୀଙ୍କ ଚେତାବନୀକୁ ଅଣଦେଖା କରୁଛନ୍ତି ଓ ଭାଇରସକୁ ଗମ୍ଭୀରତା ସହ ନେଉନାହାନ୍ତି । ଫଳରେ ଏଥିରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇପାରେ ।

Get real time updates directly on you device, subscribe now.