fbpx

ଏହି ଲୋକମାନଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ: ଏପରି ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ଚିକିତ୍ସା

Advertisement

ନୂଆଦିଲ୍ଲୀ: ବିଶ୍ୱରେ ସ୍କିନ୍ କ୍ୟାନ୍ସର ବା ଚର୍ମ କର୍କଟର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଏହି କ୍ୟାନ୍ସରର ମାମଲା ଦେଖିବାକୁ ମିଳୁଛି । ସ୍କିନରେ ଆଗ ଏହାର ଲକ୍ଷଣ ଦେଖାଦେଇଥାଏ, କିନ୍ତୁ ଏହା ଉପରେ ଧ୍ୟାନ ନଦେଲେ ପରେ ଏହି ରୋଗ ବହୁତ ଆଗକୁ ବଢ଼ିଯାଏ ।

କିନ୍ତୁ ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଚିକିତ୍ସା ସହଜରେ କରାଯାଇପାରେ । ଚର୍ମ କର୍କଟ ରୋଗର ଚିକିତ୍ସା ପାଇଁ କେମୋଥେରାପି, ରେଡିଓଥେରାପି ଏବଂ ମୋହ ସର୍ଜରୀ ବ୍ୟବହୃତ ହୁଏ । କିନ୍ତୁ ଏହା ଚିନ୍ତାର ବିଷୟ ଯେ, ଏହି ରୋଗର ଅଧିକାଂଶ ମାମଲା ଆଡଭାନ୍ସ ଷ୍ଟେଜରେ ରିପୋର୍ଟ କରାଯାଇଥାଏ, ଯେଉଁଥିପାଇଁ ରୋଗୀର ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇଯାଏ । ଏଭଳି ପରିସ୍ଥିତିରେ ଚର୍ମ କର୍କଟ ବିଷୟରେ ସୂଚନା ଜାଣିବା ଆପଣଙ୍କ ପାଇଁ ଆବଶ୍ୟକ । ଚର୍ମ କର୍କଟ କାହିଁକି ହୁଏ ଏବଂ ଏହାର ଲକ୍ଷଣ କ’ଣ ? ଜାଣନ୍ତୁ ସେନେଇ କ’ଣ କହୁଛନ୍ତି ବିଶେଷଜ୍ଞ…

କ୍ୟାନ୍ସର ସର୍ଜନ ଡକ୍ଟର ଅଂଶୁମାନ କୁମାର କହିଛନ୍ତିି ଯେ, ଯେତେବେଳେ ସ୍କିନରେ ସେଲ୍ସଗୁଡ଼ିକ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରନ୍ତି, ସେତେବେଳେ ଏଥିରେ ସ୍କିନ୍ କ୍ୟାନ୍ସର ହୋଇଯାଏ । ସିଧାସଳଖ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସୁଥିବା ଅଂଶଗୁଡ଼ିକ ଚର୍ମ କର୍କଟରେ ଅଧିକ ଆକ୍ରାନ୍ତ ହୋଇଥାଏ । କିନ୍ତୁ ଚର୍ମ କର୍କଟ ରୋଗ ଭାରତରେ କମ୍ ଦେଖାଯାଏ । ଏହାର କାରଣ ହେଉଛି ଏଠାରେ ଥିବା ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ମେଲାନିନ ରହିଛି ।

ଏହି ପିଗମେଣ୍ଟ ଯୋଗୁଁ ଚର୍ମ କର୍କଟ ହେବାର ଆଶଙ୍କା କମ୍ ଥାଏ । ଏହାର କାରଣ ହେଉଛି ଯେଉଁମାନଙ୍କର ଚର୍ମ ଧଳା । ସେମାନଙ୍କଠାରେ ଚର୍ମ କର୍କଟ ରୋଗ ହେବାର ଅଧିକ ଆଶଙ୍କା ରହିଛି । ଏହି କାରଣରୁ ୟୁରୋପରେ ଏବଂ ଆମେରିକାରେ ଚର୍ମ କର୍କଟ ଅଧିକ ଦେଖାଯାଏ, ଯେତେବେଳେ ଭାରତରେ ବହୁତ କମ୍ ଦେଖାଯାଏ ।

ଜେନେଟିକ କାରଣରୁ ଚର୍ମ କର୍କଟ ମଧ୍ୟ ହୋଇଥାଏ । ଅର୍ଥାତ୍ ଯଦି ପରିବାରର କୌଣସି ସଦସ୍ୟଙ୍କର ଏହି ରୋଗ ଅଛି, ତେବେ ଏହା ଦ୍ୱିତୀୟ ପିଢ଼ିକୁ ଯାଇପାରେ । ଏଥିପାଇଁ ଯେଉଁମାନଙ୍କ ପରିବାରରେ କାହାକୁ ବି ଚର୍ମ କର୍କଟ ହୋଇଛି, ସେମାନଙ୍କୁ ସ୍କ୍ରିନିଂ କରିବା ଉଚିତ୍ । ଏହା ଫଳରେ ଚର୍ମ କର୍କଟ ବେହାରୁ ବଞ୍ଚିଯାଇପାରିବେ ।
ଲକ୍ଷଣ:-
-ଚର୍ମରେ ଲଗାତାର କୁଣ୍ଡେଇ ହେବା ।
-ଚର୍ମରେ ଲାଲ୍ ଦାଗ ଦେଖାଦେବା ଓ ଏହାର ଆକାର ବଢ଼ିବା ।
-ଚର୍ମରେ ଅନେକ ପ୍ରକାରର ଧଳା ଦାଗ ହେବା ।
-କଳାଜାଇ ପରି ରକ୍ତ ଜମାଟ ବାନ୍ଧିବା ଏହାର ଲକ୍ଷଣ ।

Get real time updates directly on you device, subscribe now.