fbpx

ନୂଆ ବର୍ଷ ପୂର୍ବରୁ ଗୋଟିଏ ଦିନ ବନ୍ଦ ରହିବ ଏହି ପର୍ଯ୍ୟଟନସ୍ଥଳୀ

ଓଡିଶା ଭାସ୍କର: ଆସନ୍ତାକାଲି ହେଉଛି ଡିସେମ୍ବର ୨୫ ତାରିଖ ବା ବଡ଼ଦିନ। ସେହିପରି ଜାନୁଆରୀ ୧ ତାରିଖ ହେଉଛି ନୂଆ ବର୍ଷ। ଏହି ଦିନରେ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯିବେ। କିନ୍ତୁ ନୂଆ ବର୍ଷ ପୂର୍ବରୁ ଗୋଟିଏ ଦିନ ବନ୍ଦ ରହିବ ନନ୍ଦନକାନନ ପର୍ଯ୍ୟଟନସ୍ଥଳୀ ।

ସୂଚନା ଥାଉକି, ସାଧାରଣତଃ ସୋମବାର ଦିନ ନନ୍ଦନକାନନ ବନ୍ଦ ରହିଥାଏ। ଏଥର ଉଭୟ ବଡ଼ଦିନ (ଆସନ୍ତାକାଲି) ଓ ନୂଆ ବର୍ଷ (ଜାନୁଆରୀ ୧ ତାରିଖ) ସୋମବାରରେ ପଡୁଛି। ତେଣୁ ଏହି ଦିନ ଗୁଡ଼ିକରେ ନନ୍ଦନକାନନ ଖୋଲା ରହିବ କି ନାହିଁ ସେନେଇ ପର୍ଯ୍ୟଟକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ ଏବେ ସେହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ବଡ଼ଦିନ ଓ ନୂଆବର୍ଷ (ଜାନୁଆରୀ ୧ ତାରିଖ)ରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଉଭୟ ପ୍ରାଣୀ ଏବଂ ଉଦ୍ଭିଦ ଉଦ୍ୟାନକୁ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପଟେ ବଡ଼ଦିନ ପରଦିନ ଅର୍ଥାତ୍ ମଙ୍ଗଳବାର (ଡିସେମ୍ବର ୨୬) ନନ୍ଦନକାନନ ବନ୍ଦ ରହିବ। ସେହିପରି ନୂଆବର୍ଷ ପରଦିନ ଅର୍ଥାତ୍ ଜାନୁଆରୀ ୨ ତାରିଖ (ମଙ୍ଗଳବାର) ନନ୍ଦନକାନନ ବନ୍ଦ ରହିବ। ତେବେ ପର୍ଯ୍ୟଟକଙ୍କୁ ଧ୍ୟାନ ଦେଇ ସୋମବାର ବଦଳରେ ମଙ୍ଗଳବାରକୁ ବନ୍ଦ ବୋଲି ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.