fbpx

ଏ ବର୍ଷ ଇଗ୍ନୋରେ ୧୮ଟି ନୂତନ ପାଠ୍ୟକ୍ରମ ସାମିଲ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଦ୍ୟା ଅର୍ଜନ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟିକରିଛି । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଯେକୌଣସି କାରଣରୁ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଇନ୍ଦିରା ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସମସ୍ତ ବିଭାଗରେ ନାମଲେଖା ପ୍ରକ୍ରିୟା ଚଳିତ ବର୍ଷ ଜୁଲାଇ ମାସର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ଧାର୍ଯ୍ୟ କରାଯାଇଛି ।

ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପି.ଜି. ଡିପ୍ଲୋମା ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ଛାଡ଼ କରାଯାଇଛି । ଅର୍ଥାତ୍‌ ସମ୍ପୂର୍ଣ୍ଣ ମାଗଣା ବୋଲି ଇଗ୍ନୋ କର୍ତୃକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଇଥିବା ଏହି ରିହାତି ପାଇବାକୁ ଯୋଗ ହେବେ ନାହିଁ ।

ଛାତ୍ରଛାତ୍ରୀମାନେ ଇଗ୍ନୋର ୱେବସାଇଟ୍‌ www.ignou.ac.in/ignouadmission.samarth.edu.. ରେ ଲଗ୍‌ଇନ୍‌ କରି ଜାଣିପାରିବେ ବୋଲି ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.