ଲକ୍ଷ୍ନୌ: ତିନି ବର୍ଷ ପୂର୍ବେ ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଏବଂ ଉତ୍ତେଜନା ଘଟଣାରେ ସାମିଲ ନହଟୋରର ୬୦ ପ୍ରଦର୍ଶନକାରୀଙ୍କୁ ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ଭରିବା ପାଇଁ ପୋଲିସ ନୋଟିସ ଜାରି କରିଛି ।
ନହଟୋରର ଥାନା ପ୍ରଭାରୀ ପଙ୍କଜ ତୋମର ଶନିବାର କହିଛନ୍ତି ଯେ ୨୦ ଡିସେମ୍ବର ୨୦୧୯ ରେ ନହୋଟରରେ ସିଏଏ/ଏନଆରସି ବିରୋଧରେ ହେଉଥିବା ପ୍ରଦର୍ଶନ ହିଂସାର ରୂପ ନେଇଥିଲା । ସେ କହିଥିଲେ ଯେ ଭିଡ଼ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିଲେ ଏବଂ ଥାନାରେ ଥିବା ପୋଲିସ୍ ଜିପ୍ ଏବଂ ମୋଟରସାଇକେଲକୁ ନିଆଁ ଲଗାଇଦେଇଥିଲେ ।
ଏହି ସମୟରେ ଭିଡ଼ ପୋଲିସ୍ ଉପରକୁ ପଥର ଫିଙ୍ଗିଥିଲେ, ଯାହାର ଜବାବରେ ପୋଲିସ ଗୁଳି ଚଳାଇଥିଲା ଯେଉଁଥିରେ ଦୁଇ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତୋମର ପ୍ରଶାସନର ୫୭ ଲକ୍ଷ ଟଙ୍କା ସରକାରୀ ସମ୍ପତ୍ତି ର କ୍ଷତିର ଆକଳନ ହୋଇଥିଲା । ଆଉ ଏବେ ହିଂସାରେ ସାମିଲ ୬୦ ଅଭିଯୁକ୍ତଙ୍କୁ ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନୋଟିସ ଜାରି କରାଯାଇଛି ।