fbpx

ଧ୍ୱଂସ ହୋଇଯିବ କି ବିଶ୍ୱ! ଭୂକମ୍ପରେ ଏହି ଦେଶରେ ୧୪୧୯ ଜଣଙ୍କ ମୃତ୍ୟୁ, ୬୦୦ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଆଉ ଏକ ଦେଶକୁ ବିପଦ ଆସିଛି । ଲାଗୁଛି ସତେ ଯେପରି ବିଶ୍ୱକୁ କଳାବାଦଲ ମାଡ଼ି ଆସିଲାଣି । ଏକ ଭୟଙ୍କର ଭୂକମ୍ପରେ ହଜାରେରୁ ଅଧିକ ମୃତ୍ୟୁବରଣ କରିବା ସହ ୬୦୦ ଆହତ ହୋଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆରିଏଲ ହେନରୀ ଦେଶକୁ ଏକ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସମ୍ପୂର୍ଣ୍ଣ ଖବର ହସ୍ତଗତ ହୋଇପାରିନାହିଁ ।

ସୂଚନାରୁ ଜଣାପଡ଼ିଛି ଯେ, ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୪୧୯ରେ ପହଞ୍ଚିଛି, ଯାହାକି ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୬୦୦ ରହିଥିବା ଜଣାପଡ଼ିଛି । ଦେଶର ଦକ୍ଷିଣାଞ୍ଚଳରେ ଅଧିକାଂଶ କ୍ଷୟକ୍ଷତି ହୋଇଥିବା ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ତେବେ ଭୂକମ୍ପ ଦ୍ୱାରା କରୋନା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣରେ ବୃଦ୍ଧି ପାଇଛି । ଦେଶର ରାଜଧାନୀ ପୋର୍ଟ ଅଉ ପ୍ରିନ୍ସଠାରୁ ପ୍ରାୟ ୧୨୫ କିମି ଦୂରରେ ଭୂକମ୍ପ ସଂଘଟିତ ହୋଇଥିଲା । ଏଥିରେ ୨୮୬୮ ଘର ନଷ୍ଟ ହେବା ସହ ୫୪୧୦ରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପର ଝଟକା ଦିନ ଓ ରାତିରେ ଅନୁଭୂତ ହେଉଥିବା ଦେଖାଯାଉଛି । ଲୋକମାନେ ବେଘର ହୋଇ ଖୋଲା ସଡ଼ପ ଉପରେ ଜୀବନ ବିତାଉଛନ୍ତି । ତେବେ ଯେଉଁ ସହରଗୁଡ଼ିକ ଭୂକମ୍ପରେ ପ୍ରଭାବିତ ହୋଇଛି, ସେଠାକାର ହସ୍ପିଟାଲଗୁଡ଼ିକରେ ରୋଗୀ ଭରି ରହିଛନ୍ତି । ତେଣୁ ସମସ୍ତ ରୋଗୀଙ୍କ ଦେଖାଶୁଣା, ସହାୟତା, ଅସ୍ଥାୟୀ ଶରଣ ଏବଂ ମାନସିକ ସ୍ତରରେ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.