ଧର୍ମଶାଳା ବିଧାୟକ ହିମାଂଶୁଙ୍କ ହାତରେ ରାଖୀ ବାନ୍ଧିଲେ ହଜାର ହଜାର ଭଉଣୀ

ଧର୍ମଶାଳା: ରାଖୀ ପୂର୍ଣ୍ଣିମା ଆଉ ଧର୍ମଶାଳାର ସମ୍ପର୍କ କିଛି ନିଆରା। ସେଥିପାଇଁ ତ ପ୍ରତିବର୍ଷ ଧର୍ମଶାଳାରେ କିଛି ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳେ। ଯେପରି ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି।

ହଜାର ହଜାର ମହିଳା ତାଙ୍କର ଗେହ୍ଲା ଭାଇ ଯିଏକି ତାଙ୍କୁ ସବୁବେଳେ ବିପଦ ସମୟରେ ସହାୟକ ହୁଅନ୍ତି, ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପାଖରେ ହାତରେ ଚନ୍ଦନ, ଫୁଲ ସହ ରାକ୍ଷୀ ଧରି ପହଞ୍ଚିଥିଲେ। ଆଉ ହିମାଂଶୁଙ୍କ ହାତରେ ରକ୍ଷା ସୂତା ବାନ୍ଧିଥିଲେ।

ଯାହା ଦର୍ଶାଉଛି କି ଧର୍ମଶାଳା ପ୍ରତି ବିଧାୟକ ହିମାଂଶୁ ସାହୁଙ୍କ ଅବଦାନ କେତେ। ଆଉ ତାଙ୍କୁ ଧର୍ମଶାଳା ବାସୀ କେତେ ଭଲ ପାଆନ୍ତି। ଏମିତିରେ ଏକଥା କହିବାର କିଛି ତାତ୍ପର୍ଯ୍ୟ ନାହିଁ।

କାରଣ ୨୦୨୪ ମସିହା ସାଧାରଣ ନିର୍ବାଚନରେ ଯେତେବେଳେ ହିମାଂଶୁ ନିର୍ବାଚନ ଲଢିବାକୁ ବାହାରିଥିଲେ ସେତେବେଳେ ଘର ଘର ବୁଲି ତାଙ୍କ ହାତରେ ରାଖୀ ବାନ୍ଧିଥିବା ଭଉଣୀମାନେ ହିଁ ଭୋଟ ମାଗିଥିଲେ।

ଆଉ ଶେଷରେ ସେମାନେ ଯେଉଁ ପଣ କରିଥିଲେ କି ୨୪ ବର୍ଷର ଶାସକ ଦଳକୁ ହଟାଇବା ପାଇଁ ତାହା କରି ଦେଖାଇଥିଲେ। ଆଉ ହିମାଂଶୁ ବିଜୟୀ ହୋଇଥିଲେ। ତେଣୁ ଭାଇ ଭଉଣୀମାନଙ୍କ ପବିତ୍ର ରକ୍ଷା ବନ୍ଧନ ଅବସରରେ ହଜାର ହଜାର ଭଉଣୀ ପ୍ରତିବର୍ଷ ପରି ହିମାଂଶୁଙ୍କ ହାତରେ ରାଖୀ ବାନ୍ଧିଥିଲେ।