ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଗାୟକ ସୋନୁ ନିଗମଙ୍କୁ ଧମକ ମିଳିଛି । ଫ୍ରିରେ ଶୋ କରିବା ପାଇଁ ମୁମ୍ବାଇ ମ୍ୟୁନିସିପାଲ କମିଶନର (ବିଏମସି)ଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଫୋନରେ ଧମକ ଦେଇଥିଲେ । ଏହାର ପ୍ରମାଣ ସ୍ୱରୂପ ସୋନୁଙ୍କ ପାଖରେ ଉକ୍ତ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ରହିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧ କୌଣସି ମାମଲା ଦାୟର ହୋଇନଥିବା ଜଣାପଡ଼ିଛି ।
ବିଜେପି ବିଧାୟକ ଅମିତ ସାଟମ ଏହି ମାମଲାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ରାଜେନ୍ଦ୍ର ନାମକ ଜଣେ ଯୁବକ ସୋନୁଙ୍କୁ ଇଣ୍ଟରନ୍ୟାସନାଲ କନସର୍ଟରେ ଫ୍ରିରେ ଫରଫର୍ମାନ୍ସ କରିବା ପାଇଁ ଧମକ ଦେଇଥିଲେ । ବିଏମସି କମିଶନରଙ୍କ ଜଣେ ସମ୍ପର୍କୀୟ ଇକବାଲ ସିଂହ ଚହଲ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି । ରାଜେନ୍ଦ୍ର ସୋନୁଙ୍କୁ ଶୋ ସମ୍ବନ୍ଧରେ ଫୋନ କରିଥିଲେ । ଏହାପରେ ସୋନୁ ତାଙ୍କର କନସର୍ଟ ଦାୟିତ୍ୱ ସମ୍ଭାଳୁଥିବା ପ୍ରମୋଟରଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ । ସୋନୁଙ୍କ ଏହି କଥା ରାଜେନ୍ଦ୍ରଙ୍କୁ ଭଲ ନ ଲାଗୁବାରୁ ସେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇକବାଲ । ରାଜେନ୍ଦ୍ରଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି ।