fbpx

୩ କଂଗ୍ରେସ ବିଧାୟକ ଗିରଫ: ଗାଡ଼ିରୁ ମିଳିଲା ଟଙ୍କାର ପାହାଡ଼, ଆସିଲା ନୋଟ୍ ଗଣିବା ମେଶିନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ । ପୋଲିସ ସେମାନଙ୍କ ଗାଡ଼ିରୁ ଟଙ୍କାର ପାହାଡ଼ ଜବତ କରିଛି । ତେଣୁ ନୋଟ୍ ଗଣିବା ମେଶିନ୍ ମଗାଯାଇଛି । ତେବେ ତିନି ଜଣ ବିଧାୟକ ହେଉଛନ୍ତି ରାଜେଶ କଶ୍ୟପ, ନମନ ଦୀକ୍ଷିତ ଓ ଇରଫାନ ଅଂସାରୀ । ଏନେଇ ସୂଚନା ଦେଇଛନ୍ତି ହାୱଡ଼ା ସିଟି ଡିଏସପି ।

ତେବେ ପୋଲିସ ମୁତାବକ, ନାକାବନ୍ଦୀ ଚାଲିଥିବା ବେଳେ ତିନି ବିଧାୟକ ଧରାପଡ଼ିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ଗାଡ଼ିରୁ ପ୍ରବଳ କ୍ୟାଶ୍ ମିଳିଥିଲା । ଏହି ଘଟଣା ପରେ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଏହି ଘଟଣା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ଝାଡ଼ଖଣ୍ଡର କଂଗ୍ରେସର ୩ ବିଧାୟକଙ୍କୁ ହାୱଡ଼ାରେ ଅଟକ ରଖାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିଛି ବଛା ବଛା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲାରେ ଇଡି ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏହି ମାମଲାରେ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟର୍ଜୀ ଗିରଫ ହୋଇଥିବା ବେଳେ ତାଙ୍କର ଖାସ୍ ଅଭିନେତ୍ରୀ ଅର୍ପିତା ମୁଖର୍ଜୀଙ୍କ ମୁସ୍କିଲ ମଧ୍ୟ ବଢ଼ିଯାଇଛି । ସେ ବର୍ତ୍ତମାନ ଇଡିର ହେପାଜତରେ ରହିଥିବା ବେଳେ ତାଙ୍କଠାରୁ ବର୍ତ୍ତମାନ ସୁଦ୍ଧା ୫୦ କୋଟି ନଗଦ ଟଙ୍କା ଜବତ ହୋଇସାରିଛି ।

Get real time updates directly on you device, subscribe now.